Connect with us

ଦେଶ

ଉନ୍ନାଓ ମାମଲା : ୪୫ ଦିନ ମଧ୍ୟରେ ସବୁ ମାମଲାର ଶୁଣାଣି କରିବାକୁ ସୁପ୍ର୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ

ସାଙ୍କେତିକ

ଉନ୍ନାଓ ମାମଲା : ୪୫ ଦିନ ମଧ୍ୟରେ ସବୁ ମାମଲାର ଶୁଣାଣି କରିବାକୁ ସୁପ୍ର୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ
– ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ , ୦୧ ଅଗଷ୍ଟ – ବହୁ ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ଏବଂ ପୀଡ଼ିତାର ଦୁର୍ଘଟଣା ମାମଲାରେ ଶୁଣାଣି ୪୫ ଦିନ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୀଡିତାଙ୍କ ଦୁର୍ଘଟଣା ମାମଲାର ତଦନ୍ତ ୭ ଦିନ ମଧ୍ୟରେ ଶେଷ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାରେ ସୁପ୍ରିମକୋର୍ଟରେ ଗୁରୁବାର ଦୁଇ ଥର ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃବାଧୀନ ପୀଠ ଏ ସମ୍ପର୍କିତ ୪ ମାମଲାକୁ ଉତରପ୍ରଦେଶର ଲଖନଉରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି । ଦୁର୍ଘଟଣା ମାମଲାର ତଦନ୍ତ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି । ଏହାସହ ସମସ୍ତ ମାମଲାର ଶୁଣାଣି ୪୫ ଦିନ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କ୍ଷତିପୂରଣ ବାବଦ ପୀଡ଼ିତାର ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟରେ ପ୍ରଥମେ ପୀଡ଼ିତାର ଚିଠି ସମ୍ପର୍କିତ ମାମଲାର ଶୁଣାଣି ହୋଇଥିଲା । ପ୍ରଥମ ଶୁଣାଣି ବେଳେ ଉନ୍ନାଓ ବଳାକ୍ରାର ଏବଂ ଦୁର୍ଘଟଣା ମାମଲାର ତଦନ୍ତ ସାରିବାକୁ କେତେଦିନ ଲାଗିବ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସଲିସିଟର ଜେନେରାଲଙ୍କୁ ପ୍ରଶ୍ନ କରିଥିଲେ । ସଲିସିଟର ଜେନେରାଲ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ମାସେ ସମୟ ମାଗିଥିଲେ । ମାମଲାର ଶୁଣାଣି ସମୟରେ ପୀଠ ପୀଡ଼ିତାର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏହାସହ ପୀଡ଼ିତାକୁ ଲକ୍ଷେ୍ନରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀକୁ ନେବାକୁ ସୁପ୍ରିମକୋର୍ଟ କହିଥିଲେ ।

ପ୍ରଥମ ଶୁଣାଣି ବେଳେ ସିବିଆଇର ଯୁଗ୍ମ ନିର୍ଦେଶକ ସମ୍ପତ ମିଣା ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । ସଲିସିଟର ଜେନେରାଲ ତୁଷାର ମେହଟା ବଳାତ୍କାର, ଦୁର୍ଘଟଣା ମାମଲାରେ ତଦନ୍ତର ସ୍ଥିତାବସ୍ଥା ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ । ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ଦୁର୍ଘଟଣା ଉପରେ ଗୁରୁବାର ସୁଦ୍ଧା ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବାପାଇଁ ସୁପ୍ରିମକୋର୍ଟ ଉତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପାଖକୁ ବଳାତ୍କାର ପୀଡ଼ିତା ଲେଖିଥିବା ଚିଠି ଖଣ୍ଡପୀଠ ନିକଟରେ କାହିଁକି ଦାଖଲ କରାଯାଇ ନାହିଁ ବୋଲି କୋର୍ଟ ରିପୋର୍ଟ ମାଗିଛନ୍ତି

Click to comment

Leave a Reply

Your email address will not be published. Required fields are marked *

More in ଦେଶ