Connect with us

ଦେଶ

ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ

ସାଙ୍କେତିକ

ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ
ନୂଆଦିଲ୍ଲୀ,୧୯ା୧୨ : ଦୀର୍ଘ ୨୨ ବର୍ଷ ପରେ ଜାମ୍ମୁ ଓ କାଶ୍ମୀରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ରାଜ୍ୟପାଳଙ୍କ ରିପୋର୍ଟ ଉପରେ କେନ୍ଦ୍ର ସରକାର ସୋମବାରଠାରୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ । ଏବେ ରାଷ୍ଟ୍ରପତି ଏହା ଉପରେ ମୋହର ମାରିବା ପରେ ବୁଧବାରଠାରୁ ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏହା ୬ମାସ ପର୍ଯ୍ୟନ୍ତ ଜାରି ରହିବ ।

ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବରରେ ରାଜ୍ୟପାଳ ସତ୍ୟପାଳ ମଲିକ ବିଧାନସଭା ଭଙ୍ଗ କରିଥିଲେ । ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ଦ୍ୱାରା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାର ସୁପାରିଶ ସମ୍ବନ୍ଧିତ ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିଲେ । ଏହି ରିପୋର୍ଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ସୋମବାର ନିଷ୍ପତ୍ତି ନେଇଥିଲେ । ଏବେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏବେ ରାଜ୍ୟ ବିଧାନସଭା ସମସ୍ତ ଶକ୍ତି ସଂସଦ ଅଧିନରେ ହୋଇଯିବ ।

ଅନୁଚ୍ଛେଦ ୯୨ ଆଧାରରେ ଜାମ୍ମୁ ଓ କାଶ୍ମୀରରେ ୬ମାସ ପର୍ଯ୍ୟନ୍ତ ରାଜ୍ୟପାଳ ଶାସନ ବାଧ୍ୟତାମୂଳକ ରହିଥାଏ । ଏହି ଅବଧି ସମୟରେ ସମସ୍ତ ବିଧାୟୀ ଶକ୍ତି ରାଜ୍ୟପାଳଙ୍କ ଅଧିନରେ ରହିଥାଏ । ମାତ୍ର ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନର ଛଅମାସ ମଙ୍ଗଳବାର ପୂରା ହୋଇଥିଲା । ରାଜ୍ୟ ସମ୍ବିଧାନ ମୁତାବକ ରାଜ୍ୟପାଳ ଶାସନ ଛଅ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଲାଗୁ ହୋଇପାରିବ ନାହିଁ । ଯଦି ଏହି ଅବଧି ସମୟରେ ସରକାର ଗଠନ ନହୁଏ ତେବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥାଏ ।

ସୂଚନାଥାଉ କି, ବିଜେପି ଓ ପିଡିପି ମଧ୍ୟରେ ଜାରି ମେଣ୍ଟ ସରକାର ଭଙ୍ଗ ହେବା ପରେ ଜୁନ ୨୦ରୁ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା । ତା’ପୂର୍ବରୁ ପିଡିପି ନେତା ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ମେଣ୍ଟ ସରକାର ଚଳାଇ ଆସିଥିଲେ । ଏହାପୂର୍ବରୁ ଜାମ୍ମୁ ଓ କାଶ୍ମୀରବାସୀ ୧୯୮୯ ରୁ ୧୯୯୬ ମଧ୍ୟରେ ପ୍ରାୟ ଛଅ ବର୍ଷ ପର୍ଯ୍ୟନ୍ତ ଲମ୍ବା ଅବଧି ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସକ ଦେଖିଥିଲେ । କାରଣ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନ୍ସି)ର ନେତା ଡଃ ଫାରୁକ ଅବଦୁଲ୍ଲା ୧୯୮୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭିପି ସିଂହଙ୍କ ସରକାର ଦ୍ୱାରା ରାଜ୍ୟରେ ନୂତନ ରାଜ୍ୟପାଳ ରୂପେ ଜଗମୋହନଙ୍କ ନିଯୁକ୍ତି ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ