Connect with us

ଦେଶ

ବିହାର ନିର୍ବାଚନ ସମୀକ୍ଷା –

WEB

ବିହାର ନିର୍ବାଚନ ସମୀକ୍ଷା –
ଚକ୍ରବ୍ୟୁହକୁ ଭେଦ କଲେ ନୀତିଶ କୁମାର ∣
ବହୁ ପ୍ରତିକ୍ଷିତ ବିହାର ରାଜ୍ୟ ସାଧାରଣ ନିର୍ବାଚନ ସରିଯାଇଛି ଓ ସପ୍ତମ ଥର ପାଇଁ ନିତୀଶକୁମାର ମୁଖ୍ୟମନ୍ତ୍ରୀ ରୂପରେ ଶପଥ ନେଇଛନ୍ତି ∣ କିନ୍ତୁ ନିର୍ବାଚନ ପରିଣାମ ଭାରତର ଭବିଷ୍ୟତ ରାଜନୀତିକୁ ଯେ ଉଷ୍ମ କରିବ, ଏହା ଜଳ ଜଳ ହୋଇ ଦିଶୁଚି ∣ ଉକ୍ତ ନିର୍ବାଚନରେ ଜନତାଦଳ ୟୁନାଇଟେଡ଼ ର ଶୀର୍ଷ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାଥୀ ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କୁ ଏହି ନିର୍ବାଚନ ଯୁଦ୍ଧରେ ଅଭିମନ୍ୟୁ କରିଦିଆଯାଇଥିଲା ∣ ଏବଂ ସେ ଉକ୍ତ ଚକ୍ରବ୍ୟୁହକୁ ସଫଳତାର ସହିତ ପ୍ରତିହତ କରି ବିଜୟୀ ହୋଇଥିଲେ ∣ ସବୁଠୁ ଆଶ୍ଚର୍ଯ୍ୟ ଜନକ ଘଟଣା ହେଉଛି ଏନ୍ଡ଼ିଏ ଗଠବନ୍ଧନର ସଦସ୍ୟ ହୋଇ ମଧ୍ୟ ଏଲଜେପି ଜେଡିୟୁ ବିରୁଦ୍ଧରେ ପ୍ରାର୍ଥୀ ଦେବା ∣ ଉକ୍ତ ନିର୍ବାଚନରେ ଏଲଜେପି ଜେଡିୟୁ ବିରୁଦ୍ଧରେ ବିଶୋଦଗାର କରୁଥିଲେ ମଧ୍ୟ ବିଜେପିକୁ ସମର୍ଥନ କରୁଥିଲା ଯାହା ମତଦାତାଙ୍କୁ ଦ୍ବନ୍ଦରେ ପକାଇଥିଲା ∣
ଏହି ନିର୍ବାଚନ ଚକ୍ରବ୍ୟୁହରେ ବିଜେପି ବର୍ତମାନ ପାଇଁ କିଛିମାତ୍ରାରେ ସଫଳ ହୋଇଥିଲେ ମଧ୍ୟ ନିଜ ବିରୁଦ୍ଧରେ ଦୁଇ ରାଜନୈତିକ ଶକ୍ତିକୁ ଅର୍ଥାତ ଚିରାଗ ପାଶ୍ବାନ ଓ ତେଜସ୍ୱି ଯାଦବଙ୍କୁ ନିଜ ଅଜାଣତରେ ସୃଷ୍ଟି କରି ନିଜପାଇଁ ବିପଦ ସୃଷ୍ଟି କରିଛି ∣ ଯେଉଁ ଗାତ ନୀତିଶ କୁମାର ପାଇଁ ବିଜେପି ଖୋଳିଥିଲା ସେଇ ଗାତରେ ବିଜେପି ପଡି ନିଜକୁ ନିଜେ ଆତ୍ମ ମନ୍ଥନ କରୁଛି ∣ ଏହି ନିର୍ବାଚନରେ ତେଜସ୍ୱି ଏବଂ ଚିରାଗ ନିଜର ସ୍ଥିତି ସୃଦୁଢ କରି ନିଜକୁ ମହାଶକ୍ତି ଭାବରେ ପ୍ରତିଷ୍ଠିତ କରିପାରିଛନ୍ତି ∣ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ନୀତିଶଙ୍କୁ ସୁହାଇଥିଲେ ମଧ୍ୟ ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ଯେ ନ ଉପୁଜିବ ତାହା କହିହେବ ନାହିଁ ∣ ନିଜ ମନ୍ତୀମଣ୍ଡଳ ଗଠନ ହେବାପରେ ନିର୍ବାଚନୀ ପ୍ରତିଶୃତିକୁ ପାଳନ କରିବା ନିତୀଶକୁମାରଙ୍କ ପ୍ରାଥମିକତା ∣ ଜେଡିୟୁ ଦେଇଥିବା ରୋଜଗାର ସମ୍ବଦ୍ଧିୟ ପ୍ରତିଶୃତିକୁ ପାଳନ କରିବା ପାଇଁ ଶିକ୍ଷା ବିଭାଗକୁ ନିଜ ପାଖରେ ରଖିଛି ∣ ବିଜେପି ଦେଇଥିବା ଉଣେଇଶି ଲକ୍ଷ ରୋଜଗାର ନିର୍ବାଚନୀ ପ୍ରତିଶୃତିକୁ ବିଜେପି କିପରି ପାଳନ କରିବ ତାହା ନିଜପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ∣ ରାଜନୀତିର ପକ୍କା ଖେଳୁଆଡ଼ ଜେଡିୟୁର ସୁପ୍ରିମୋ ନିତୀଶକୁମାର ଆଗାମୀ ଦିନରେ କିଭଳି ଗୋଟି ଚାଳନା କରିବେ ତାହା ଦେଖିବା ପାଇଁ ରାଜନୈତିକ ସମୀକ୍ଷକମାନେ ଉତ୍କଣ୍ଠାର ସହ ଦୃଷ୍ଟି ରଖିଛନ୍ତି .

Click to comment

Leave a Reply

Your email address will not be published. Required fields are marked *

More in ଦେଶ