Connect with us

ଅପରାଧ

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା
ପୁରୀ,୨୨ା୧ : ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଥେଂଟପୁର ଗ୍ରାମରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ ଗୋଡ଼ାଇ ଗୋଡ଼ାଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଲେ ଜୟକୃଷ୍ଣ ପ୍ରଧାନ । ଆକ୍ରମଣ ପରେ ଜୟକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ତଳେ ବାଇକ୍ ଦୁର୍ଘଟଣାରେ ଜୟକୃଷ୍ଣଙ୍କ ଭାଇ ଓ ତାଙ୍କ ଭାଉଜ ଆହତ ହୋଇଥିଲେ । ଏ ସଂକ୍ରାନ୍ତରେ ଜୟକୃଷ୍ଣ ଚନ୍ଦନପୁର ଥାନାରେ ବଡ଼ତେନ୍ତୁଳିଆ ଗ୍ରାମର ତ୍ରିନାଥ ପ୍ରଧାନ ଓରଫ ଗେଡ଼ୁଙ୍କ ନାମରେ ଅଭିଯୋଗ କରିଥିଲେ । ଘଟଣାକୁ କେନ୍ଦ୍ର କରି ଆଜି ଜୟକୃଷ୍ଣଙ୍କୁ ତେନ୍ତୁଳିଆ ରାସ୍ତାରେ ଯାଉଥିବା ବେଳେ ଦୁର୍ବୃତ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ସେମାନେ ବାଉଁଶ ଫାଳିଆ, ଲୁହା ରଡ଼ ଓ ଅନ୍ୟାନ୍ୟ ମାରଣାସ୍ତ୍ର ସାହାଯ୍ୟରେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜୟକୃଷ୍ଣ ଜୀବନ ବଂଚାଇବାକୁ ଧାଉଁଥିବା ବେଳେ ଦୁର୍ବୃତମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ନିର୍ଦୟ ଭାବେ ପିଟି ଚାଲିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିବା ନେଇ ଚନ୍ଦନପୁର ଥାନା ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ