Connect with us

ଓଡିଶା

ଆଗାମୀ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ : ନବୀନ

ସାଙ୍କେତିକ

ଆଗାମୀ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ : ନବୀନ
ଭୁବନେଶ୍ୱର,୨୨ା୧ : ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଭଲ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦଳର ସ୍ଥିତି ଓ ଧାରଣା ସାଧାରଣ ଲୋକଙ୍କ ପାଖରେ ଭଲ ରହିଛି । ଲୋକଙ୍କ ସହ ବିଜେଡି ଦଳ ରହିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ଦଳର ସ୍ଥିତି ଭଲ ଅଛି ବୋଲି ସେ ଯେ ଦୃଢୋକ୍ତି ପ୍ରକାଶ କରୁଛନ୍ତି ତେବେ ସେ ଭୟ କରୁଛନ୍ତି କଣ ପାଇଁ । ନବୀନ ଆଦର୍ଶହୀନ ରାଜନୀତି କରୁଛନ୍ତି । ପ୍ରଲୋଭନ ଦେଖାଇ ଲୋକଙ୍କ ଭୋଟ ହାତେଇବାକୁ ପ୍ରଚେଷ୍ଟା ଚଳାଇଛନ୍ତି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା