Connect with us

ଅପରାଧ

ପୁଣି ଜଣେ ନାବାଳିକା ହେଲା ମା’

ପୁଣି ଜଣେ ନାବାଳିକା ହେଲା ମା’
ଡାକ୍ତରଖାନାରେ ନବଜାତକର ମୃତ
କନ୍ଧମାଳ,୨୨ା୧ : କନ୍ଧମାଳ ଜିଲା ଜି ଉଦୟଗିରି ଅଂଚଳରେ ପୁଣି ଜଣେ ନାବାଳିକା ସନ୍ତାନ ପ୍ରସବ କରିଥିବା ଘଟଣା ପଦାକୁ ଆସିଛି । ନାବଳିକା ମା’ର ବାପାଙ୍କ ଏତଲା କ୍ରମେ ଜି ଉଦୟଗିରି ପୁଲିସ ଏକ ମାମାଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ତେବେ ଘଟଣା ଘଟାଇଥିବା ଅଭିଯୁକ୍ତ ଯୁବକ ଏ ପର୍ଯ୍ୟନ୍ତ ଗିରଫ ହୋଇ ନାହିଁ । ମିଳିଥିବା ସୂଚନା ମୁତାବକ ଜି ଉଦୟଗିରି ଥାନା ଅଂଚଳର ଜନୈକା ନାବାଳିକାର ଦେହ ଖରାପ ହେବାରୁ ପରିବାର ଲୋକେ ତାକୁ ସୋମବାର ଜି ଉଦୟଗିରି ଡାକ୍ତରଖାନାରେ ଭର୍ତି କରିତିଲେ । ତେବେ ସେଠାରେ ନାବାଳିିକା ଜଣକ ଏକ ପୁତ୍ର ସଂତାନ ଜନ୍ମ ଦେଇଥିଲେ । ପ୍ରସବ ପରେ ନାବାଳିକାର ଦେହ ଅଧିକ ଖରାପ ହେବାରୁ ଉଭୟ ମା ଓ ନବଜାତ ଶିଶୁକୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ତେବେ ସେଠାରେ ଆଜି ନବଜାତକର ମୃତ୍ୟୁ ଘଟିଛି ।

ଅସୁସ୍ଥ ନାବାଳିକା ଜନନୀ ଜଣକ ଡାକକ୍ତରଖାନାରେ ଚିକିତ୍ସାଧୀନ ରହିଛି । ପୁଲିସ ନବଜାତ ଶିଶୁର ଶବକୁ ବ୍ୟବେଚ୍ଛଦ କରିଛି । ଅପରପକ୍ଷରେ ନାବାଳିକାର ବାପା ତାଙ୍କ ଗ୍ରାମର ସୂର୍ଯ୍ୟକାନ୍ତ ବଳ ନାମକ ଜଣେ ଯୁବକ ଏହି କାଣ୍ଡ ଘଟାଇଥିବା ନେଇ ଜି ଉଦୟଗିରି ଥାନାରେ ଏତାଲା ଦେଇଛନ୍ତି । ଅଭିଯୁକ୍ତ ଜଣକ ଗର୍ଭପାତ କରାଇବା ପାଇଁ କିଛି େଓøଷଧ ଦେବା ପରେ ଝିଅ ଅସୁସ୍ଥ ହୋଇ ପଡିଥିବା ସେ କହିଛନ୍ତି ।

ପୁଲିସ ଏତାଲା ଭିତିରେ କେସ ନଂ ୧୨/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଲକ୍ଷ୍ମଣ ସେଠୀ ଜଣାଇଛନ୍ତି । ତେବେ ଅଭିଯୁକ୍ତକୁ ବର୍ତମାନ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିନାହିଁ । ସଂପୃକ୍ତ ନାବାଳିକାଙ୍କ ବୟସ ୧୬ ବର୍ଷ ଓ ସେ ଦଶମ ଶ୍ରେଣୀ ପରୀକ୍ଷା ପରେ ଘରେ ଥିଲେ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ