Connect with us

ଦେଶ

ଯବାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିହେବନି : ରାୱତ

ଯବାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିହେବନି : ରାୱତ

ଯବାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିହେବନି : ରାୱତ
ନୂଆଦିଲ୍ଲୀ,୪ା୯ : ସେନା ଯବାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିବା ପରାମର୍ଶକୁ ସେନା ମୁଖ୍ୟ ବିପିନ ରାୱତ ଅଗ୍ରାହ୍ୟ କରିଛନ୍ତି । ସେନା ଯବାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର ଏହା କହିଛନ୍ତି । ‘ସାମାଜିକ ଗଣମାଧ୍ୟମ ଏବଂ ସଶସ୍ତ୍ର ବଳ’ ଶୀର୍ଷକ ଏକ ପାଠଚକ୍ରରେ ଯୋଗଦେଇ ରାୱତ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ଯବାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିବା ପାଇଁ ଆମକୁ ପରାମର୍ଶ ମିଳିଛି । ଆମର ବିରୋଧୀ ମନୋବୈଜ୍ଞାନିକ ଲଢ଼େଇ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରୁଛନ୍ତି । ତେଣୁ ସେନା ଯବାନମାନେ ଏବେକାର ଦୁନିଆର ସାମାଜିକ ଗଣମାଧ୍ୟମକୁ ଠିକ୍ ଭାବେ ବ୍ୟବହାର କରି ଶିଖିବା ଆବଶ୍ୟକ । ଆମେ ଏହା ସହ ତାଳ ଦେଇ ଚାଲି ନପାରିଲେ ପଛରେ ରହିଯିବା । ଏସବୁକୁ ଦେଖିଲେ ଯବାନଙ୍କୁ ସାମାଜିକ ଗଣମାଧ୍ୟମଠାରୁ ଦୂରେଇ ରଖି ହେବନାହିଁ । ଯବାନଙ୍କୁ ଅନୁଶାସନ ସହ ସ୍ମାର୍ଟଫୋନ୍ ବ୍ୟବହାର ପାଇଁ ଅନୁମତି ଦେବା ଉଚିତ୍ ।

ଏହାସହ ସେ ପ୍ରଶ୍ନ କରିଥିଲେ ଯେ, ଆପଣ କ’ଣ ଯବାନ ଏବଂ ତାଙ୍କ ପରିବାରକୁ ସ୍ମାର୍ଟଫୋନ୍ ରଖିବାକୁ ମନା କରିପାରିବେ? ଯଦି ଆପଣ ଏଭଳି କରିପାରିବେ ନାହିଁ, ତେବେ ସେମାନଙ୍କୁ ଏହାର ବ୍ୟବହାର କରିବାକୁ ଅନୁମତି ଦିଆଯାଉ । ଯବାନ ଅନୁଶାସନ ମଧ୍ୟରେ ରହି ଏହାର ବ୍ୟବହାର କରିବେ । ମନୋବୈଜ୍ଞାନିକ ଲଢ଼େଇରେ ଏହା ଆମ ପାଇଁ ଉପକାରୀ ସାବ୍ୟସ୍ତ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ