Connect with us

ଦେଶ

ଗୁରୁ ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା l

ଗୁରୁ ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଗୁରୁ ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ଭୁବନେଶ୍ୱର,୪ା୯: ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଗୁରୁ ଦିବସ ଅବସରରେ ଦେଶର ଶିକ୍ଷକ ସମାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଉପଲକ୍ଷେ ଏକ ବାର୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ ଗୁରୁ ଦିବସ ଅବସରରେ ସେ ଦେଶର ଅଗଣିତ ଉତ୍ସର୍ଗୀକୃତ ଶିକ୍ଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି ।

ଆମ ସମାଜ ତଥା ସଂସ୍କୃତିରେ ଆବହମାନ କାଳରୁ ଗୁରୁ-ଶିଷ୍ୟ ପରମ୍ପରା ରହିଆସିଛି । ଏଭଳି ମହାନ ପରମ୍ପରାକୁ ଆମେ ଆମ ସଭ୍ୟତାରୁ ଆହରଣ କରିଥିବାରୁ ନିଜକୁ ସୌଭାଗ୍ୟଶାଳୀ ମଣୁଛୁ । ପ୍ରାଚୀନ କାଳରୁ ମହାନ ଗୁରୁମାନେ କେବଳ ସତ୍ୟର ସନ୍ଧାନ କରିନାହାନ୍ତି, ଅପରନ୍ତୁ ସେମାନେ ସମାଜକୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଆଜି ପବିତ୍ର ଗୁରୁ ଦିବସ ଅବସରରେ, ଆମେ ଆମର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଚିନ୍ତାନାୟକ ଓ ଦାର୍ଶନିକ ଗୁରୁ ଡ଼କ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ସ୍ମରଣ କରୁଛୁ । ତାଙ୍କର ଅମର ଅବଦାନ ଆମ ସମାଜ ଉପରେ ସଦାସର୍ବଦା ରହିଛି । ତେଣୁ ଏହି ବିଶେଷ ଅବସରରେ ଆମର ଗୁରୁମାନେ ସର୍ବଦା ଆମର ସହାୟକ ହୁଅନ୍ତୁ ଏବଂ ଆମକୁ ତଥା ସମାଜକୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିଚାଲୁଥାନ୍ତୁ ବୋଲି ଆମେ ସଭିଏଁ ପ୍ରାର୍ଥନା କରିବା ।

ଗୁରୁମାନଙ୍କ ପ୍ରକୃଷ୍ଟ ମାର୍ଗ ପ୍ରଦର୍ଶନ ରାଷ୍ଟ୍ର ତଥା ବିଶ୍ୱକୁ ଜ୍ଞାନ, ଶାନ୍ତି ଓ ସୌହାର୍ଦ୍ଦ୍ୟର ମାର୍ଗରେ ପରିଚାଳିତ ହେବାରେ ସହାୟକ ହେବ ବୋଲି ରାଷ୍ଟ୍ରପତି ମତପୋଷଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ