Connect with us

ଦେଶ

କୋଲକାତାର ଆଲିପୁର ଅଂଚଳରେ ଓଭରବ୍ରିଜ୍ ଭୁଶୁଡି ୧ ମୃତ l

କୋଲକାତାର ଆଲିପୁର ଅଂଚଳରେ ଓଭରବ୍ରିଜ୍ ଭୁଶୁଡି ୧ ମୃତ l

କୋଲକାତାର ଆଲିପୁର ଅଂଚଳରେ ଓଭରବ୍ରିଜ୍ ଭୁଶୁଡି ୧ ମୃତ l
କୋଲକାତା,୪ା୯ : ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ଆଲିପୁର ଅଂଚଳରେ ମଙ୍ଗଳବାର ଅପରାହ୍ନରେ ମାଜେରହାଟ ଓଭରବ୍ରିଜ୍ ଭୁଶୁଡି ପଡିବାରୁ ୫ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଲୋକ ଆହତ ହୋଇଛନ୍ତି ।

ଓଭରବ୍ରିଜ୍ ଭଗ୍ନାଂବଶେଷ ତଳେ ଅନେକ ଗାଡି ମୋଟର ସହ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଫଳରେ ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ସେନା, ଏନ୍ଡିଆର୍ଏଫ୍, ଅଗ୍ନିଶମ ଓ ପୋଲିସ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଇତିମଧ୍ୟରେ ୬ଜଣଙ୍କୁ ଉଦ୍ଧାର କରାଯାଇ ଏସ୍ଏସ୍କେଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦିନ ୪ଟା ୪୫ ସମୟରେ ହଠାତ୍ ଓଭରବ୍ରିଜର ଏକ ଅଂଶ ଭୁଶୁଡି ପଡିଥିଲା । ସେତେବେଳେ ଓଭରବ୍ରିଜ୍ ଉପରେ ୫ରୁ ୬ଟି ବାଇକ୍, ଏକ ମିନି ବସ୍ ଓ କେତେକ ଚାରିଚକିଆ ଯାନ ଥିଲା । ଦକ୍ଷିଣ କୋଲକାତାର ଏହା ୬୦ ବର୍ଷ ତଳର ପୁରୁଣା ଓଭରବ୍ରିଜ୍ ବୋଲି କୁହାଯାଉଛି ।

ପ୍ରକାଶ ଯେ, ଦୁଇବର୍ଷ ତଳେ କୋଲକାତାରେ ନିର୍ମାଣଧୀନ ବିବେକାନନ୍ଦ ଓଭରବ୍ରିଜ୍ ଭୁଶୁଡି ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ