Connect with us

ଅପରାଧ

“ମୋମୋ’ ନେଲା ଜୀବନ : ଯୁବକଙ୍କ ଆତ୍ମହତ୍ୟା l

"ମୋମୋ' ନେଲା ଜୀବନ : ଯୁବକଙ୍କ ଆତ୍ମହତ୍ୟା l

“ମୋମୋ’ ନେଲା ଜୀବନ ,ଯୁବକଙ୍କ ଆତ୍ମହତ୍ୟା
ଭୁବନେଶ୍ୱର,୫ା୯ : କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଉମର ଗାଁର ଜଣେ ଯୁବକ ମୋମୋ ଗେମ୍ ଖେଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଉମାକାନ୍ତ ବେହେରା( ୨୪) । ଉମାକାନ୍ତଙ୍କ ମୋବାଇଲରେ ମୋମୋ ଗେମ୍ ଡାଉନଲୋଡ ହୋଇଥିବା ଜଣାପଡ଼ିଛି । ତେଣୁ ସେ ଏହି ଗେମ୍ ଖେଳି ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ସନ୍ଦେହ କରୁଛନ୍ତି । ଏନେଇ ମାହାଙ୍ଗା ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି । ପୋଲିସ୍ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁଯାୟୀ ଉମାକାନ୍ତ ଯୁକ୍ତ ଦୁଇ ପଢିବା ପରେ ଗତ କିଛି ବର୍ଷ ହେବ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଦୁଇ ମାସ ତଳେ ଚେନ୍ନାଇରୁ ଘରକୁ ଫେରିଥିଲେ । ବୁଧବାର ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଗାଁର ଏକ ନିର୍ମାଣାଧୀନ କ୍ଲବ୍ ଘରୁ ଉଦ୍ଧାର କରାଯାଇଥିଲା । ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ରାଉରକେଲାର ଇଂଜିନିୟରଂ ଛାତ୍ର ଚେତନ କୁମାର ମଧ୍ୟ ମୋମୋ ଗେମ୍ ଖେଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେ ଭୁବନେଶ୍ୱରରୁ ଚେନ୍ନାଇ ଯାଇ ସେଠାରେ ୬ ମହଲା ଉପରୁ ଡେଇଁପଡିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ