Connect with us

ଅପରାଧ

ଋଣ ଖିଲାପକାରୀଙ୍କ ବିରୁଦ୍ଧରେ ନୋଟିସ ଜାରି l

ଋଣ ଖିଲାପକାରୀଙ୍କ ବିରୁଦ୍ଧରେ ନୋଟିସ ଜାରି l

ଋଣ ଖିଲାପକାରୀଙ୍କ ବିରୁଦ୍ଧରେ ନୋଟିସ ଜାରି
ଭୁବନେଶ୍ୱର,୫ା୯: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ୧୪ ଗୋଟି ଶାଖା ଏବଂ ନିର୍ଦ୍ଦେଶାଳୟର ଅଧିକାରୀମାନେ ଋଣ ନେଇଥିଲେ ହେଁ ବର୍ତମାନ ସୁଦ୍ଧା ପୈଠ କରି ନାହାନ୍ତି । ଏହି ଋଣ ଆଦାୟ କରିବା ପାଇଁ ଡିମାଣ୍ଡ ନୋଟିସ, ଲିଗାଲ ନୋଟିସ ପଠାଯାଇଛି ।

ଖବର ନେବାରେ ଜଣାଯାଏ ଯେ, ସମୁଦାୟ ୮୩ ଜଣ ଅଧିକାରୀ ଓ କର୍ମଚାରୀ ୨ କୋଟି ୩୦ ଲକ୍ଷ ୧୭ ହଜାର ଟଙ୍କା ଋଣ ନେଇଥିଲେ । ବର୍ତମାନ ସୁଦ୍ଧା ମୂଳ ସୁଧ ସହ ୧ କୋଟି ୮୯ ଲକ୍ଷ ୨୮ ହଜାର ଟଙ୍କା ବକେୟା ରହିଛି । ଏହି ଅର୍ଥ ଆଦାୟ କରିବା ପାଇଁ ଡିମାଣ୍ଡ ନୋଟିସ ଓ ଲିଗାଲ ନୋଟସି ସହ ଋଣୀ ମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହା ବ୍ୟତୀତ ଖିଲାପକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ମୋକଦ୍ଦମା ମଧ୍ୟ ରୁଜୁ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ