Connect with us

ଓଡିଶା

ଗୁରୁ ଦିବସକୁ କଳା ଦିବସ ପାଳିଲେ ଶିକ୍ଷକ l

ଗୁରୁ ଦିବସକୁ କଳା ଦିବସ ପାଳିଲେ ଶିକ୍ଷକ l

ଗୁରୁ ଦିବସକୁ କଳା ଦିବସ ପାଳିଲେ ଶିକ୍ଷକ
ଭୁବନେଶ୍ୱର,୫ା୯: ପ୍ରବଳ ବର୍ଷା ସତ୍ୱେ ରାଜଧାନୀ ଗାନ୍ଧିମାର୍ଗ ଠାରେ ଗୁରୁଦିବସକୁ କଳାଦିବସ ଭାବେ ପାଳିଛନ୍ତି ଅ।ନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକ । ଦୀର୍ଘ ୨୧ ଦିନ ଧରି ଧାରଣାରେ ବସି ରହିଥିବା ଶିକ୍ଷକ , ଅଧ୍ୟାପକ ଓ କର୍ମଚାରୀ ମିଳିତ ମଂଚର ସଦସ୍ୟମାନେ ପୂର୍ବ ନିଷ୍ପତି ଅନୁଯାୟୀ ବୁଧବାର ଦିନ କଳା ବ୍ୟାଚ୍ ପରିଧାନ କରି ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜରେ ତାଲା ପକାଯିବ ବୋଲି ମଂଚ ଚେତାବନୀ ଦେଇଛି । ଅନ୍ୟପଟେ ଗୁରୁ ଦିବସକୁ କଳାଦିବସ ପାଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି ଯେ ଶିକ୍ଷକମାନେ କ’ଣ ଗୁରୁଦିବସ ପାଳନ କରନ୍ତି ? କଳାଦିବସ ପାଳନ କଲେ ବି ଏହାର କୌଣସି ପ୍ରଭାବ ପଡ଼ିବନାହିଁ ଏବଂ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଆଶାବାଦୀ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା