Connect with us

ଦେଶ

‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସାଙ୍କେତିକ

‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ର ଘୋଷଣା କଲେ ପ୍ରଧାନମନ୍ତ୍ରୀ
– ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ସ୍ୱାଧୀନ ଭାବେ ସମସ୍ତ ନିଷ୍ପତି ନେବ ଏହି ଟ୍ରଷ୍ଟ
ନୂଆଦିଲ୍ଲୀ, ୦୫ ଜାନୁଆରୀ – ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଯୋଧ୍ୟାରେ ଏକ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ଲାଗି ଆଜି ସଂସଦରେ ଏକ ଟ୍ରଷ୍ଟର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମ ସରକାର ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ଟ୍ରଷ୍ଟ ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱାଧୀନ ଭାବେ ସମସ୍ତ ପ୍ରକାର ନିଷ୍ପତି ନେବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ସରକାର ଉତର ପ୍ରଦେଶ ସରକାରଙ୍କୁ ପାଂଚ ଏକର ଜାଗା ସୁନି ୱାକଫ୍ ବୋର୍ଡକୁ ପ୍ରଦାନ କରିିବା ଲାଗି ଅନୁରୋଧ କରିଛନ୍ତି ଏବଂ ରାଜ୍ୟ ସରକାର ଏହି ଅନୁରୋଧ ରକ୍ଷା କରିଛନ୍ତି । ଆମ ସମସ୍ତଙ୍କୁ ଜଣା ଯେ, ପ୍ରଭୂ ଶ୍ରୀରାମ ଏବଂ ଅଯୋଧ୍ୟାର ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ଆଦର୍ଶ ଉପରେ ଗଭୀର ପ୍ରଭାବ ରହିଛି । ଭବିଷ୍ୟତରେ ବହୁ ଭକ୍ତ ଶ୍ରୀରାମ ଲାଲାଙ୍କୁ ଶ୍ରଦ୍ଧାସୁମନ ଜଣାଇବା ପାଇଁ ଅଯୋଧ୍ୟା ଆଗମନ କରିବେ । ଏହାକୁ ଦୃଷ୍ଟିରେ ରଖି ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି । ଏହା ନିଷ୍ପତି ହୋଇଛି ଯେ, ସମସ୍ତ ୬୭.୭୦୩ ଏକର ଜମିକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନାମରେ କରିଦିଆଯିବ ।
ସୁପ୍ରିମ କୋର୍ଟଙ୍କ ଅଯୋଧ୍ୟା ରାୟ ପରେ ଶାନ୍ତି ଓ ସୌହାର୍ଦ୍ଦ ବଜାୟ ରଖିବା ଲାଗି ଦେଶବାସୀଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତବାସୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପ୍ରକ୍ରିୟା ଉପରେ ଯେଉଁ ଗଭୀର ଆସ୍ଥା ପ୍ରଦର୍ଶନ କରିଛନ୍ତି ସେଥିପାଇଁ ମୁଁ ୧୩୦ କୋଟି ଭାରତୀୟଙ୍କୁ ଅଭିବାଦନ ଜଣାଉଛି । ସମସ୍ତ ଭାରତୀୟ ଗୋଟିଏ ପରିବାର ସଦୃଶ । ଏହାହିଁ ଭାରତର ମହାନ ପରମ୍ପରା । ଆମେ ସମସ୍ତ ଭାରତୀୟଙ୍କ ଖୁସି ଓ ସମୃଦ୍ଧି କାମନା କରୁ । ଆମେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ର ନେଇ ପ୍ରତ୍ୟେକ ନାଗରିକର ବିକାଶ ଦିଗରେ କାର୍ଯ୍ୟରତ । ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ଦିଗରେ କାର୍ଯ୍ୟ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ