Connect with us

ଦେଶ

ମୋଦିଙ୍କୁ ‘ଚାମ୍ପିଅନ୍ ଅଫ୍ ଦି ଆର୍ଥ’ ସମ୍ମାନ

ସାଙ୍କେତିକ ଚିତ୍ର

ମୋଦିଙ୍କୁ ‘ଚାମ୍ପିଅନ୍ ଅଫ୍ ଦି ଆର୍ଥ’ ସମ୍ମାନ
ନୂଆଦିଲ୍ଲୀ,୩ା୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ଜାତିସଂଘ ପକ୍ଷରୁ ‘ଚାମ୍ପିଅନ୍ସ ଅଫ୍ ଦି ଆର୍ଥ’ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ନୂଆଦିଲ୍ଲୀ ସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରରେ ପ୍ରଦାନ କରାଯାଇଛି । ପିଏମ ମୋଦିଙ୍କ ସମେତ ଏହି ସମ୍ମାନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମୋକ୍ରୋଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । କିଛିଦିନ ପୂର୍ବେ ଏଥିନିମନ୍ତେ ୟୁଏନ ପକ୍ଷରୁ ଏହି ସମ୍ମାନର ଘୋଷଣା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ମେକ୍ରୋଙ୍କୁ ଏହି ସମ୍ମାନ ସୌର ମେଣ୍ଟ, ପରିବେଶ ସୁଧାର କ୍ଷେତ୍ରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରଦାନ କରାଗଲା । ଏହି କାର୍ଯ୍ୟକ୍ରମରେ ଆମେରିକା ମହାସଚିବ ଏଣ୍ଟୋନିୟୋ ଗୁଟୋରେସ ଓ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ଗୃହ ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଜାତିସଂଘ ପକ୍ଷରୁ ଜାରି ସୂଚନା ମୁତାବକ ଫ୍ରାନ୍ସ ରାଷ୍ଟ୍ରପତି ମେକ୍ରୋଙ୍କ ପରିବେଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ମେଣ୍ଟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ସୁଦ୍ଧା ଦେଶରୁ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଶପଥ ପାଇଁ ଏଭଳି ସମ୍ମାନ ପ୍ରଦାନ କରାଯାଉଛି ।

ବର୍ଷକୁ ଥରେ ‘ଚାମ୍ପିଅନ ଅଫ୍ ଆର୍ଥ’ ସମ୍ମାନ ସମାଜର ସେହି ବର୍ଗଙ୍କୁ ପ୍ରଦାନ କରାଯାଏ ଯେଉଁମାନଙ୍କ ପଦକ୍ଷେପ ପାଇଁ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ