Connect with us

ଦେଶ

ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଗୋଗେଇ

ସାଙ୍କେତିକ ଚିତ୍ର

ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଗୋଗେଇ
ନୂଆଦିଲ୍ଲୀ : ଜଷ୍ଟିସ୍ ରଞ୍ଜନ ଗୋଗେଇ ଆସନ୍ତାକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଜଷ୍ଟିସ ଦୀପକ ମିଶ୍ର ମଙ୍ଗଳବାର ଦିନ ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି । ଗତ ୧୩ ତାରିଖରେ ରାଷ୍ଟ୍ରପତି ଜଷ୍ଟିସ୍ ଗୋଗେଇଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ । ୧୯୫୪ ମସିହା ୧୮ ନଭେମ୍ବରରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ୍ ଗୋଗେଇ ୧୯୭୮ରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ । ସମ୍ବିଧାନ, ଟିକସ ଏବଂ କମ୍ପାନୀ ସମ୍ପର୍କୀୟ ମାମଲାକୁ ନେଇ ଗୌହ୍ୱାଟୀ ହାଇକୋର୍ଟରୁ ସେ ଓକିଲାତି ଆରମ୍ଭ କରିଥିଲେ ।

୨୦୦୧ ମସିହା ଫେବୃଆରୀ ୨୮ ତାରିଖରେ ସେ ଗୌହ୍ୱାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୦ ମସିହା ୦୯ ସେପ୍ଟେମ୍ବରରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲେ । ପରେ ୨୦୧୧ ମସିହା ୧୨ ଫେବୃଆରୀରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେହିପରି ୨୦୧୨ ମସିହା ଅପ୍ରେଲ ୨୩ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ