Connect with us

ଦେଶ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଗୋଗୋଇ

ସାଙ୍କେତିକ ଚିତ୍ର

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଗୋଗୋଇ
ନୂଆଦିଲ୍ଲୀ,୩ା୧୦ : ବରିଷ୍ଠ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଜଷ୍ଟିସ ଗୋଗୋଇଙ୍କୁ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି । ଏହି ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ୬୩ ବର୍ଷ ବୟସ୍କ ରଞ୍ଜନ ଗୋଗୋଇ ୧୩ମାସ ପାଇଁ ପ୍ରଧାନ ବିଚାରପତି ପଦରେ ରହିବେ । ୨୦୧୯ ନଭେମ୍ବର ୧୭ ତାରିଖରେ ସେ ଅବସର ନେବେ । ଉତ୍ତର-ପୂର୍ବାଞ୍ଚଳର ପ୍ରଥମ ବ୍ୟକ୍ତି ଭାବେ ସେ ଏହି ଗୌରବ ଲାଭ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ