Connect with us

ଅପରାଧ

ମାର୍କେଟ୍ ବିଲ୍ଡିଂରେ ଆତଙ୍କ ଖେଳାଇଲେ ମୁଖାଧାରୀ , ୨ ଗିରଫ

ସାଙ୍କେତିକ

ମାର୍କେଟ୍ ବିଲ୍ଡିଂରେ ଆତଙ୍କ ଖେଳାଇଲେ ମୁଖାଧାରୀ , ୨ ଗିରଫ
ଭୁବନେଶ୍ୱର, ୧୦ ଜାନୁଆରୀ – ଭୁବନେଶ୍ୱର ୟୁନିଟ୍ ୨ ସ୍ଥିତ ମାର୍କେଟ ବିଲ୍ଡିଂରେ ଶୁକ୍ରବାର ସଂଧ୍ୟାରେ ଆତଙ୍କରାଜ ଦେଖିବାକୁ ମିଳିଥିଲା । ସଂଧ୍ୟା ପ୍ରାୟ ୬ ଟା ବେଳେ ୨୦ରୁ ୩୦ ଜଣ ମୁଖା ପିନ୍ଧା ଦୁବୃର୍ତ ମାର୍କେଟ ବିଲ୍ଡିଂର ବିଏମସି କେଶରୀ ମଲ୍ ସମ୍ମୁଖରେ ପସରା ମେଲାଇଥିବା ଉଠା ଦୋକାନୀଙ୍କୁ ଗୋଡାଇ ଗୋଡ଼ାଇ ପିଟିଲେ । ହାତରେ ମାରଣାସ୍ତ୍ର ଠେଙ୍ଗା ବାଡି ଆଦିରେ ଗୋଟିଏ ମୁଣ୍ଡରୁ ଅତର୍କିତ ଆକ୍ରମଣ କରିଚାଲିଥିଲେ । ଯାହାକୁ ପାରିଲେ ତାକୁ ପିଟିବା ସହ ଦୋକାନୀଙ୍କ ଜିନିଷପତ୍ର ଫିଙ୍ଗାଫିଙ୍ଗି କରିଥିଲେ । ଦୋକାନୀଙ୍କ ସମେତ ମାର୍କେଟ୍ ବିଲ୍ଡିଂ ଆସିଥିବା ଲୋକେ ଜୀବନ ବିକଳରେ ଦୌଡି ପଳାଇଥିଲେ । ଏଥିରେ କିଛି ଦୋକାନୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା ।
ଅନ୍ୟପକ୍ଷରେ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣଙ୍କୁ ଅଟକ ରଖାଯାଇଥିବା ଭୁବନେଶ୍ୱର ଡିସିପି ଅନୁପ ସାହୁ ପ୍ରକାଶ କରିଛନ୍ତି ।
ଆକ୍ରମଣ ପରେ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି । କମିଶନରେଟ୍ ପୁଲିସ ଘଟଣାର ତଦନ୍ତ କରୁଛି । ଏପର୍ଯ୍ୟନ୍ତ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ