Connect with us

ଓଡିଶା

ସ୍ୱର୍ଗତ ରବି ରାୟଙ୍କ ଧର୍ମପତ୍ନୀ ସରସ୍ୱତୀ ସ୍ୱାଇଁଙ୍କ ବିୟୋଗରେ ନୀତିଶ କୁମାରଙ୍କ ଶୋକ

ସାଙ୍କେତିକ

ସ୍ୱର୍ଗତ ରବି ରାୟଙ୍କ ଧର୍ମପତ୍ନୀ ସରସ୍ୱତୀ ସ୍ୱାଇଁଙ୍କ ବିୟୋଗରେ ନୀତିଶ କୁମାରଙ୍କ ଶୋକ
ପାଟନା, ୧୫ ଜାନୁଆରୀ – ବିଶିଷ୍ଟ ସମାଜବାଦୀ ନେତା ଏବଂ ଲୋକସଭାର ପୂର୍ବତନା ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ଧର୍ମପତ୍ନୀ ସରସ୍ୱତୀ ସ୍ୱାଇଁଙ୍କ ବିୟୋଗରେ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ଗଭୀର ଶୋକ ଓ ସମବେଦନା ବ୍ୟକ୍ତ କରିଛନ୍ତି ।
ତାଙ୍କର ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ କୁମାର କହିଛନ୍ତି ଯେ, ସରସ୍ୱତୀ ସ୍ୱାଇଁ ଡାକ୍ତର ରାମମନୋହର ଲୋହିଆଙ୍କର ଅନୁଗାମୀ ଥିଲେ । ସେ ଲୋକନାୟକ ଜୟପ୍ରକାଶ ନାରାୟଣ, ସ୍ୱର୍ଗତ କର୍ପୁରୀ ଠାକୁର ଏବଂ ସ୍ୱର୍ଗତ ମଧୁ ଲିମୟେଙ୍କ ବିଚାରରେ ବହୁଭାବେ ପ୍ରଭାବିତ ହୋଇଥିଲେ । ସମାଜବାଦୀ ଆଦର୍ଶର ବିଭିନ୍ନ ଦିଗକୁ ମଜଭୁତ କରିବାରେ ସ୍ୱର୍ଗତ ସ୍ୱାଇଁଙ୍କର ବଳିଷ୍ଠ ଯୋଗଦାନ ରହିଥିଲା । ତାଙ୍କ ସହ ମୋର ବେଶ୍ ଆତ୍ମୀୟତା ଥିଲା । ତାଙ୍କ ପରଲୋକରେ ସମାଜବାଦ କ୍ଷେତ୍ର ସହିତ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅପୂଣଣୀୟ କ୍ଷତି ଘଟିଛି ବୋଲି ସେ କହିଛନ୍ତି ।
ଜନତାଦଳ ୟୁନାଇଟେଡ଼ର ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରବକ୍ତା ସୋମନାଥ ରାଉତରାୟ ଦିବଂଗତ ଆତ୍ମାର ଶାନ୍ତି ଏବଂ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସମୟରେ ଧୈର୍ଯ୍ୟ ଏବଂ ଶକ୍ତି ପ୍ରଦାନ କରିବାକୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା