Connect with us

ଅପରାଧ

ମାଟ୍ରିକ୍ ପ୍ରଶ୍ନ ପତ୍ର ଭାଇରାଲ୍ ଘଟଣାରେ ୮ ନିଲମ୍ବିତ

ସାଙ୍କେତିକ

ମାଟ୍ରିକ୍ ପ୍ରଶ୍ନ ପତ୍ର ଭାଇରାଲ୍ ଘଟଣାରେ ୮ ନିଲମ୍ବିତ
ଭୁବନେଶ୍ୱର,୨୨ଫେବୃଆରୀ – ମାଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ୮ ଜଣଙ୍କୁ ନିଲମ୍ବନ କରାଯାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର ଅଭିଯୋଗ ଆସିଥିବା ୪ଟି ପରୀକ୍ଷା କେନ୍ଦ୍ରର ୪ ଜଣ ସୁପରିଟେଣ୍ଡେଂଟ ଓ ୪ଜଣ ଇନଭିଜିଲେଟରଙ୍କୁ ନିଲମ୍ବନ କରିଛନ୍ତି । ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକର କରମଙ୍ଗଳ ଓ ଗୋପୀନାଥପୁର ହାଇସ୍କୁଲ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ହାଇସ୍କୁଲ ଓ ଢେଙ୍କାନାଳ ଜିଲ୍ଲାର ସୁଦର୍ଶନ ବିଦ୍ୟାଭବନ ହାଇସ୍କୁଲର ସୁପରିଟେଣ୍ଡେଂଟ ନିଲମ୍ବିତ ହୋଇଛନ୍ତି ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି । ଅପରପକ୍ଷରେ ଘଟଣା ସମ୍ପର୍କରେ ଥାନାରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ