Connect with us

ଅପରାଧ

ଅଜଣା ଗାଡି ଧକ୍କାରେ ସ୍କୁଟି ଚାଳକ ମୃତ

ସାଙ୍କେତିକ

ଅଜଣା ଗାଡି ଧକ୍କାରେ ସ୍କୁଟି ଚାଳକ ମୃତ
ଜଟଣୀ/ଜାଂଳା, ୨୫ ଫେବୃଆରୀ – ଅଜଣା ଗାଡି ଧକ୍କାରେ ସୋମବାର ଭୋରରୁ ଜଣେ ସ୍କୁଟି ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକର ପରିଚୟ ମିଳିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡିର କୌଣସି ସନ୍ଧାନ ମିଳିପାରିନଥିବା ଜାଂଳା ଫାଣ୍ଡି ପକ୍ଷରୁ ସୁଚନା ମିଳିଛି ।
ସୁଚନାନୁସାରେ, ଜଟଣୀ ଥାନା, ଜାଂଳା ଫାଣ୍ଡି ଅଧିନ ଗୋହିରା ଛକ ଠାରେ ଖୋର୍ଦ୍ଧା ଜିଲ୍ଲା ମକୁନ୍ଦ ପ୍ରସାଦ ପୋଡା ସାହୀ ଅଂଚଳର ଜଣେ ଯୁବକ ଦୁର୍ଘଟଣା ଗ୍ରସ୍ତ ହୋଇ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ଗ୍ରସ୍ତ ଯୁବକ ଜଣକ ପୋଡାସାହୀର ନିତ୍ୟାନନ୍ଦ ପଟନାୟକଙ୍କ ପୁଅ ସଞ୍ଜିବ ପଟ୍ଟନାୟକ (୩୪) ବୋଲି ପରିଚୟ ମିଳିଛି ।

ସଞ୍ଜିବ ରବିବାର ଭୂବନେଶ୍ୱର ସ୍ଥିତ ଏକ ବିବାହ କାର୍ଯ୍ୟରେ ଯୋଗଦେଇ ସୋମବାର ଭୋର ତିନିଟା ରାତିରେ ଖୋର୍ଦ୍ଧାକୁ ଫେରିବା ବାଟର ଗୋହିରା ଛକ ଠାରେ ଏକ ଅଜଣା ଗାଡି ତାଙ୍କ ସ୍କୁଟି ନଂ-(ଓଡି୦୯ଏମ୍୬୪୧୦) କୁ ଧକ୍କା ଦେଇ ଚମ୍ପଟ ମାରିଥିଲା । ସଞ୍ଜିବ କିଛି ବାଟ ଛିଟିକି ପଡି ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇଥିଲେ । ଜାଂଳା ଫାଣ୍ଡି ପୋଲିସ ସହାୟତାରେ ଖୋର୍ଦ୍ଧାଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏ ନେଇ ଜଟଣୀ ଥାନା କେଶ ନଂ- ୬୪/୧୯ ରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ