Connect with us

ଅପରାଧ

କେମିକାଲ ରଙ୍ଗ ବ୍ୟବହାର ନକରିବାକୁ ସଚେତନ କରିବ ହର୍ବାଲ ହୋଲି

ସାଙ୍କେତିକ

କେମିକାଲ ରଙ୍ଗ ବ୍ୟବହାର ନକରିବାକୁ ସଚେତନ କରିବ ହର୍ବାଲ ହୋଲି
ଭୁବନେଶ୍ୱର,୨୨ଫେବୃଆରୀ – ସ୍ୱପ୍ନାପତି ଫାଉଣ୍ଡେସନ ପକ୍ଷରୁ ସପ୍ତମ ଥର ପାଇଁ ହର୍ବାଲହୋଲିର ଆୟୋଜନ କରାଯାଇଛି । ଆସନ୍ତା ମାସ ୨୦ ତାରିଖରେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ହୋଟେଲ କଳିଙ୍ଗ ଅଶୋକା ପରିସରରେ ଅନୁଷ୍ଠିତ ହେବ । ଏଥିରେ ବହୁ ସେଲିବ୍ରିଟି ଓ ରାଜନେତାମାନେ ଯୋଗଦେବେ । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ମୁଖ୍ୟ ସ୍ୱପ୍ନାପତୀ ଏବଂ ବ୍ରାଣ୍ଡ ଆମ୍ବାସାଡ଼ର ତଥା ଅଭିନେତା ସବ୍ୟସାଚ୍ଚୀ ମିଶ୍ର ଏହି ସୂଚନା ଦେଇଛନ୍ତି ।
ସେମାନେ କହିଛନ୍ତି ଯେ, ଆସନ୍ତା ମାସ ୨୨ ତାରିଖରେ ପବିତ୍ର ହୋଲି ଉତ୍ସବ ପାଳନ ହେଉଛି । ଏହାର ଅବ୍ୟବହିତ ପୂର୍ବରୁ ଫାଉଣ୍ଡେସନ ପକ୍ଷରୁ ହର୍ବାଲହୋଲି କାର୍ଯ୍ୟକ୍ରମ କରାଯିବ । କେମିକାଲ୍ ମିଶ୍ରିତ ବିଭିନ୍ନ ରଙ୍ଗ ହୋଲିରେ ବ୍ୟବହାର ନକରିବା ପାଇଁ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କେବଳ ଏତିକିନୁହେଁ ହୋଲି ଖେଳିବା ସମୟରେ ମଦ୍ୟପାନ ଠାରୁ ଦୂରେଇ ରହିବା ଏବଂ କାହାରିକୁ ଅସଦ୍ ବ୍ୟବହାର ପ୍ରଦର୍ଶନ ନକରିବା ପାଇଁ ମଧ୍ୟ ରାଜ୍ୟବାସୀଙ୍କୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ସ୍ୱପ୍ନାପତି ଫାଉଣ୍ଡେସନ ସହ ହାତମିଳାଇ ରୁଷିହାଉସ୍ ସଂସ୍ଥା ଏହି ହର୍ବାଲହୋଲି କାର୍ଯ୍ୟକ୍ରମକୁ ଆଗେଇନେବା ପାଇଁ ଶପଥନେଇଛି । ସପ୍ତମ ଥର ପାଇଁ ହେବାକୁ ଥିବା ଏହି ହର୍ବାଲ୍ ହୋଲିରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ