Connect with us

ଦେଶ

ମାଓବାଦୀଙ୍କ ସ୍ପଷ୍ଟୀକରଣ -ଟାର୍ଗେଟରେ ନଥିଲେ ସାମ୍ବାଦିକ

ସାଙ୍କେତିକ ଚିତ୍ର

ମାଓ ଗୁଳିରେ କ୍ୟାମେରାମ୍ୟାନ୍ ସହିଦ୍ ହେବା ଘଟଣା
ମାଓବାଦୀଙ୍କ ସ୍ପଷ୍ଟୀକରଣ
ଟାର୍ଗେଟରେ ନଥିଲେ ସାମ୍ବାଦିକ
ନୂଆଦିଲ୍ଲୀ,୨ା୧୧ : ଛତିଶଗଡ଼ ଦନ୍ତେୱାଡାରେ ମାଓବାଦୀଙ୍କ ଗୁଳିରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍ ସହିଦ୍ ହୋଇଥିବା ଘଟଣାରେ ଶୁକ୍ରବାର ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟଣାକୁ ନେଇ ସିପିଆଇ ମାଓ ସଂଗଠନ ଦୁଃଖ ପ୍ରକାଶ କରିବା ସହ ଏକ ପୋଷ୍ଟର ଲଗାଯାଇଛି । ସେଥିରେ ଉଲ୍ଲେଖ ରହିଛି ଯେ, ସାମ୍ବାଦିକ ଆମର ଶତ୍ରୁ ନୁହଁନ୍ତି ବରଂ ମିତ୍ର ।

ମାଓବାଦୀଙ୍କ ଟାର୍ଗେଟରେ ସାମ୍ବାଦିକ ବା କ୍ୟାମେରାମ୍ୟାନ ନଥିଲେ । ଯବାନମାନଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରାଯାଇଥିଲା । ହେଲେ ଭୁଲବଶତଃ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ଦେହରେ ଗୁଳି ବାଜିଥିଲା ବୋଲି ମାଓ ସଂଗଠନ ପକ୍ଷରୁ ସଫେଇ ଦିଆଯାଇଛି । ଏହାସହ ମାଓ ଇଲାକାରେ ସୁରକ୍ଷାକର୍ମୀ ଓ ପୋଲିସଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ନଯିବାକୁ ପରାମର୍ଶ ଦିଆଯାଇଛି । ହେଲେ ମାଓବାଦୀଙ୍କ ଏହି ସ୍ପଷ୍ଟୀକରଣକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଜିଲ୍ଲା ଏସପି ଅଭିଷେକ ପଲ୍ଲବ ।

ସେ ଏହାର ପାଲଟା ଜବାବରେ ପ୍ରଶ୍ନ କରିଛନ୍ତି ଯେ, କ୍ୟାମେରା କାହିଁକି ଲୁଟ କରାଗଲା? ଗଣମାଧ୍ୟମକୁ ଟାର୍ଗେଟ କରି ଯୋଜନା ପ୍ରସ୍ତୁତ କରାଯାଇ ଥିବା ନେଇ ଉକ୍ତ କ୍ୟାମେରାରେ ରେକର୍ଡ ଥିଲା । ସହିଦ କ୍ୟାମେରାମ୍ୟାନଙ୍କ ଶରୀରରେ ଥିବା ଗୁଳିର ଚିହ୍ନ ଓ ମୁଣ୍ଡରେ ଲାଗିଥିବା ଗଭୀର ଆଘାତରୁ ଏହା ଭୁଲବଶତଃ ନଥିଲା ବୋଲି ସ୍ପଷ୍ଟ ହୋଇଛି ।

ସୂଚନାଥାଉ କି, ଗତ ୩୦ ତାରିଖରେ ଛତିଶଗଡ଼ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଦୂରଦର୍ଶନର କ୍ୟାମେରାମ୍ୟାନ ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ ହଠାତ୍ ମାଓବାଦୀମାନେ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ଅତର୍କିତ ଗୁଳିରେ ଦୂରଦର୍ଶନର କ୍ୟାମେରାମ୍ୟାନ ଓଡ଼ିଶାର ଅଚ୍ୟୁତାନନ୍ଦ ସାହୁଙ୍କ ସହ ଦୁଇଜଣ ସିଆରପିଏଫ୍ ଯବାନ ଘଟଣା ସ୍ଥଳରେ ସହିଦ ହୋଇଥିଲେ ଓ ପରେ ଆଉଜଣଙ୍କ ମୃତ୍ୟୁ ଘଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ