Connect with us

ଅପରାଧ

ମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ୪ ମୃତ, ୧ ଗୁରୁତର l

ମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ୪ ମୃତ, ୧ ଗୁରୁତର l

ମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ୪ ମୃତ, ୧ ଗୁରୁତର
କଟକ,୨୦ା୯ : ବାଙ୍ଗାଲୋରରେ ଚାକିରି କରିଥିବା ପୁଅକୁ ବଳେଇ ଦେବା ପାଇଁ ମନଖୁସିରେ ପରିବାରର ଲୋକମାନେ ଭୁବନେଶ୍ୱର ଯାଉଥିଲା ବେଳେ ଏହି ଯାତ୍ରା ସେମାନଙ୍କ ପାଇଁ କାଳ ହୋଇଥିଲା । ହସଖୁସିରେ ପରିବାରବର୍ଗ କାରରେ ଯାଉଥିବା ବେଳେ ସେମାନଙ୍କ ପାଇଁ ରାସ୍ତାରେ ହେଲା ଶେଷ ଦିନ ।

ଜଗତପୁର ଥାନା ଅର୍ନ୍ତତ ପୀରବଜାର ନିକଟସ୍ଥ କଟକ-ଚାନ୍ଦବାଲି ରୋଡ ଅନନ୍ତପୁରଠାରେ ଆଜି ଭୋର ପ୍ରାୟ ୪ଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ ଜଣଙ୍କ ମୃୁତ୍ୟୁ ଘଟିଥିଲା ବେଳେ ଜଣେ ଗୁରୁତର ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି । ମୃତ ବ୍ୟକ୍ତିମାନେ ହେଲେ ସାଲେପୁର ଥାନା ଅନ୍ତର୍ଗତ ସିଙ୍ଗମା ଅଂଚଳ ପିକଳ ଗ୍ରାମର ବକର ଅଲ୍ଲୀଙ୍କ ପୁଅ ସେକ ସେହର ଅଲ୍ଲୀ(୪୫), ତାଙ୍କ ପତ୍ନୀ ଆଲିଜା ବିବି(୪୦), ପୁତ୍ର ସେ କ ସିରାଜ(୨୧) ଓ ତାଙ୍କ ପୁତୁରା ସନୱାର ଅଲ୍ଲୀ(୨୮) । ଗୁରୁତର ଅବସ୍ଥାରେ ଥିବା ସେକ ବଣ୍ଟି ଏବେ ଏସସିବିରେ ଚିକିତ୍ସିତ ହେଉଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ, ସେକ ସିରାଜ ଗତ କିଛି ଦିନ ହେଲା ବାଙ୍ଗାଲୋରରେ ଚାକିରି କରି ଛୁଟିରେ ଘରକୁ ଆସିଥିଲା ।

ଆଜି ଭୋର ଚାରିଟା ସମୟରେ ବାଙ୍ଗାଲୋର ଯିବ ବୋଲି ତାଙ୍କ ପରିବାର ଲୋକ ଓଆର-୦୧-ବି-୬୬୬୩ ନମ୍ବର ବିଶିଷ୍ଟ ନାଲି ରଙ୍ଗର ମାରୁତି ଜେନ କାରରେ ସିରାଜକୁ ଛାଡିବା ପାଇଁ ଭୁବନେଶ୍ୱର ଯାଉଥିଲେ । ସିରାଜ କାର ଚଳାଉଥିଲା । କଟକ ଚାନ୍ଦବାଲି ରୋଡର ଅନନ୍ତପୁର ନିକଟରେ ଏକ ଛ ଚକିଆ ମାଲବୋଝେଇ ଟ୍ରକ(ଓଆର-୦୫-ଏଲ-୫୨୩୧) ରାସ୍ତା କଡରେ ଛିଡା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ମାରୁତି ଜେନ୍ କାରଟି ତା ପଛରେ ପିଟିହୋଇଯାଇଥିଲା । ଘଟଣାସ୍ଥଳରେ ଆଲିଜା ବିବି, ସେକ ସିରାଜ ଓ ସେକ ସନୱରଙ୍କର ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ଅବସ୍ଥାରେ ସେହର ଅଲ୍ଲୀ ଓ ବଣ୍ଟି ଯନ୍ତ୍ର୍ରଣାରେ ଛଟପଟ ହେଉଥିଲେ ।

ଖବର ପାଇ ଜଗତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ଏସସିବିକୁ ପଠାଇବା ସହ ଆହତ ଦ୍ୱୟଙ୍କୁ ଚିକିତ୍ସା ନିମନ୍ତେ ଏସସିବିକୁ ପଠାଇଥିଲା । ପରେ ଏସସିବିରେ ଚିକିତ୍ସା ସମୟରେ ସେହର ଅଲ୍ଲୀଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, କାରର ସମ୍ମୁଖ ଭାଗ ଟ୍ରକର ପଛ ପଟରେ ପଶିଯାଇଥିଲା । ଏହି ଦୁର୍ଘଟଣା ହେତୁ ଦୀର୍ଘ ସମୟ ଧରି ରାସ୍ତା ଜାମ୍ ହୋଇ ଉଭୟ ପଟର ଗାଡି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା ।

ପୋଲିସ ଏ ସଂପର୍କରେ କେସ ନଂ ୨୫୬/୧୮ ମାମଲା ରୁଜୁ କରି ଦଫା ୨୭୯, ୩୦୪(କ) ଅନୁଯାୟୀ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ