Connect with us

ଅପରାଧ

ଏୟାର୍‌ ଓଡ଼ିଶାର ପରିଚାଳନା ନିର୍ଦେଶକଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ l

ଏୟାର୍‌ ଓଡ଼ିଶାର ପରିଚାଳନା ନିର୍ଦେଶକଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ l

ଭୁବନେଶ୍ୱର :- ଗତ ଅଗଷ୍ଟ ୧୦ ଓ ୧୧ ତାରିଖରେ ଏୟାର୍‌ ଓଡ଼ିଶାର ଏକ ମହିଳା କର୍ମଚାରୀକୁ ପରିଚାଳନା ନିର୍ଦେଶକ ସନ୍ତୋଷ ପାଣି ଦୁଇ ଦୁଇ ଥର ଦୁଷ୍କର୍ମ କରିଥିବାର ଅଭିଯୋଗ ଖଣ୍ଡଗିରି ଥାନାରେ ହୋଇଅଛି । ଘରେ ଛାଡ଼ିଦେବା ବାହାନାରେ ଶ୍ରୀ ପାଣି ତାଙ୍କୁ ଥରେ କାର୍‌ରେ ଓ ଆଉ ଥରେ ଜଣେ ବନ୍ଧୁଙ୍କ ଘରେ ଦୁଷ୍କର୍ମ କରିଥିଲେ ।

ପ୍ରଥମ ଥର କାର୍‌ରେ ତାଙ୍କୁ ନିଶା ମିଶ୍ରିତ ମୃଦୁ ପାନୀୟ ଦେଇ ବେହୋସ୍‌ କରିବା ପରେ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗରେ ଦର୍ଶାଇ କମିଶନରେଟ ପୁଲିସକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଅଭିଯୁକ୍ତ ଏୟାର୍‌ ଓଡ଼ିଶା ପରିଚାଳନା ନିର୍ଦେଶକ ସନ୍ତୋଷ ପାଣିଙ୍କୁ ତୁରନ୍ତ ଗିରଫ ନ କରେ , ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ । ତାଙ୍କୁ ନ୍ୟାୟ ନ ମିଳିଲେ, ତାଙ୍କ ନିକଟରେ ଅନ୍ୟ କିଛି ରାସ୍ତା ନାହିଁ । ତାଙ୍କ ମୃତ୍ୟୁ ପାଇଁ ଭୁବନେଶ୍ୱର କମିସନରେଟ୍‌ ପୁଲିସ ଦାୟୀ ରହିବ ।

ଅପରପକ୍ଷରେ ଖଣ୍ଡଗିରି ଥାନା ପୁଲିସ ବୁଧବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଥିବାବେଳେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ତାଙ୍କୁ ହାଜର କରାଇ ୧୬୪ ଧାରାରେ ବୟାନ ରେକର୍ଡ କରାଇଛି । ମେଡିକାଲ ଯାଞ୍ଚ ରିପୋର୍ଟ ଆସିବାକୁ ଆଉ ୨/୩ ଦିନ ଲାଗିପାରେ l କିନ୍ତୁ ପୀଡ଼ିତାଙ୍କ ଆତ୍ମହତ୍ୟା ଧମକ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।ଖଣ୍ଡଗିରି ଥାନା ପୁଲିସଙ୍କ ଉପସ୍ଥିତିରେ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ପୀଡ଼ିତା ସମାନ କଥା ଦୋହରାଇଥିଲା । କିନ୍ତୁ ପୁଲିସ ଯଦି ତାଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରେ, ତେବେ ସେ ଆତ୍ମହତ୍ୟା କରିବେ ବୋଲି ଦମ୍ଭୋକ୍ତି ବାଢିଥିଲା ।

ତଦନ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୋଗ ବିଳମ୍ବରେ ହୋଇଥିବାରୁ ମେଡିକାଲ ଯାଞ୍ଚ ରିପୋର୍ଟରେ କ’ଣ ଆସିବ , ତାହା କହିବା ଅସମ୍ଭବ । କିନ୍ତୁ ତଦନ୍ତ ପାରିପାର୍ଶିକ ଅବସ୍ଥା,ମେଡିକାଲ ରିପୋର୍ଟ ଓ ସାକ୍ଷ୍ୟ ପ୍ରମାଣକୁ ନେଇ କରାଯିବ l ଅନ୍ୟ ପକ୍ଷରେ ପୀଡ଼ିତାଙ୍କ କଥାରେ କେତେ ସତ୍ୟତା ରହିଛି, ତାହାକୁ ନେଇ ପୁଲିସ ସନ୍ଦିହାନ ଅବସ୍ଥାରେ ଅଛି । ଅଗଷ୍ଟ ମାସରେ ଏୟାର୍‌ ଓଡ଼ିଶା କମ୍ପାନିର ଅନ୍ୟ କର୍ମଚାରୀମାନଙ୍କ ସହ ଏହି ମହିଳାଙ୍କ ଗଣ୍ଡଗୋଳ ହୋଇଥିଲା l ଦୁଇ ପକ୍ଷ ଥାନାରେ ଅଭିଯୋଗ କରିଥିଲେ । ପରେ ଆପୋସ ସମାଧାନ ହୋଇଥିଲା । କିନ୍ତୁ ସେତେବେଳେ ଗଣ୍ଡଗୋଳ କଥାକୁ ନେଇ ସେ ଥାନାକୁ ଆସିପାରିଥିଲେ, ଅଥଚ ଦୁଷ୍କର୍ମର ଶିକାର ହେବା ପରେ ଥାନାକୁ ନ ଆସି ସେ କାହିଁକି କୋଲକାତା ପଳାଇଯାଇ ଥିଲେ ବୋଲି ପୁଲିସ ସନ୍ଦେହ କରି ତାକୁ ମଧ୍ୟ ଖଂକାଳୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ