Connect with us

ଦେଶ

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ ଆଦି ୪ଟି ରାଜ୍ୟରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ:- ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ ଆଦି ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି । ଆଜି ଅପରାହ୍ଣରେ ନିର୍ବାଚନ କମିସନ ତାଙ୍କ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ ଓ ମିଜୋରାମରେ ୨୮ ନଭେମ୍ବର, ରାଜସ୍ଥାନରେ ଡିସେମ୍ବର ୭ ତାରିଖ ଦିନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ୧୨ ନଭେମ୍ବର ଓ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ । ଏଥିସହ ଏହି ସମସ୍ତ ରାଜ୍ୟର ନିର୍ବାଚନ ଫଳାଫଳ ଡିସେମ୍ବର ୧୧ରେ ପ୍ରକାଶ ପାଇବ । ନିୟମ ଅନୁସାରେ ନିବାଚନ ତାରିଖ ସହ ଏହି ସମସ୍ତ ରାଜ୍ୟରେ ଆଜି ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଛତିଶଗଡ଼ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜାନୁଆରି ୫ରେ ଶେଷ ହେବାକୁ ଥିବାବେଳେ, ମଧ୍ୟପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଜାନୁଆରି ୭ରେ, ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ ଜାନୁଆରି ୨୦ରେ ଏବଂ ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଡିସେମ୍ବର ୧୫ ରେ ଶେଷ ହେବାକୁ ଯାଉଥିଲା । ତେଣୁ, ଏହି ସମସ୍ତ ରାଜ୍ୟରେ ନୂତନ ବିଧାନସଭା ଗଠନ ପାଇଁ ନିର୍ବାଚନ ପ୍ରକ୍ରିୟା ଜାନୁଆରି ୧୫ ସୁଦ୍ଧା ଶେଷ କରିବାର ଆବଶ୍ୟକତା ରହିଥିଲା । ତେବେ, କାର୍ଯ୍ୟକାଳ ଶେଷ ପୂର୍ବରୁ ଭଙ୍ଗ ହୋଇଥିବା ତେଲାଙ୍ଗାନା ବିଧାନସଭା ପାଇଁ ନିର୍ବାଚନ ବିଜ୍ଞପ୍ତି ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ