Connect with us

ଦେଶ

ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ମଞ୍ଜୁର

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ:- ଦିଲ୍ଲୀର ଏକ ଅଦାଲତ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ, ପୁତ୍ର ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଉପସ୍ଥିତ ଅନ୍ୟ ଦୋଷୀମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି । ଆଇଆର୍‌ସିଟିସି ସ୍କାମ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ସ୍କାମ୍‌ ଯୋଗୁଁ ପ୍ରବର୍ତ୍ତନ ନିର୍ଦେଶାଳୟ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଆଇଆର୍‌ସିଟିସି ସ୍କାମ୍‌ ମାମଲାରେ ସିବିଆଇ ଦାଏର କରିଥିବା ମାମଲାରେ ଅଦାଲତରେ ଉପସ୍ଥିତ ଥିବା ସମସ୍ତ ଦୋଷୀ ସାବ୍ୟସ୍ତଙ୍କୁ ପାଟିଆଲା ହାଉସ୍‌ କୋର୍ଟ ନିୟମିତ ଜାମିନ ମଞ୍ଜୁର କରିଛନ୍ତି ।

ମାମଲାର ଆଗାମୀ ଶୁଣାଣି ପାଇଁ ଅଦାଲତ ନଭେମ୍ବର ୧୯ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ସିବିଆଇ ଏବଂ ଇଡି ଫାଇଲ୍‌ କରିଥିବା ମାମଲାରେ ନଭେମ୍ବର ୧୯ ତାରିଖ ଦିନ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କୁ ଭିଡିଓ କନ୍‌ଫରେନ୍‌ସ୍‌ ଜରିଆରେ ହାଜର କରାଇବାକୁ ଦିଲ୍ଲୀ ଅଦାଲତ କହିଛନ୍ତି । ପ୍ରତ୍ୟେକ ଦୋଷୀସାବ୍ୟସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ଦେବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

More in ଦେଶ