Connect with us

ଦେଶ

” ଓକିଲମାନଙ୍କର ଆନ୍ଦୋଳନ କରିବାର କି ଆବଶ୍ୟକତା ରହିଛି”?:- ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ:- ଓକିଲମାନେ ଆନ୍ଦୋଳନ କରିବାର ଅଧିକାର ନାହିଁ ବୋଲି ୧୬ ବର୍ଷ ତଳେ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଉ ବୋଲି ଶନିବାର ବାର କାଉନ୍ସିଲ୍‌ ଅଫ୍‌ ଇଣ୍ଡିଆ ଦେଇଥିବା ପରାମର୍ଶକୁ ଗ୍ରହଣ ନକରି ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇ ଓଲଟା ପ୍ରଶ୍ନ କରିଛନ୍ତି ଯେ ,” ଓକିଲମାନଙ୍କର ଆନ୍ଦୋଳନ କରିବାର କି ଆବଶ୍ୟକତା ରହିଛି”? ଏଠାରେ ଉଲେଖାଯୋଗ୍ୟ ଯେ, ଶନିବାର ନବନିଯୁକ୍ତ ମୁଖ୍ୟବିଚାରପତିଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାର କାଉନ୍ସିଲ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ମାନନ କୁମାର ମିଶ୍ର ଓକିଲମାନଙ୍କ ଆନ୍ଦୋଳନ ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ପ୍ରସ୍ତାବ ଦେବା ପରେ ଜଷ୍ଟିସ୍‌ ଗୋଗୋଇ ଏହି ଉତ୍ତର ରଖିଥିଲେ ।

ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ମଧ୍ୟ ଏ ସଂପର୍କରେ ମତ ରଖିଛନ୍ତି । ସେ ଓକିଲମାନଙ୍କୁ ସୂଚୀତ କରି କହିଛନ୍ତି ଯେ, କୋର୍ଟରେ ଓକିଲମାନଙ୍କ ଅନୁପସ୍ଥିତି ସାଧାରଣ ଲୋକମାନଙ୍କ ସ୍ୱାଧୀନତା ସହ ଅଧିକାର ଜାହିର କରିବାକୁ ଥିବା ଆଇନକୁ ପ୍ରଭାବିତ କରିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୩ ତାରିଖରେ ଜଷ୍ଟିସ୍‌ ରଞ୍ଜନ ଗୋଗଇ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ପ୍ରସଂଗରେ ସେ ନିଜର ମତ ରଖି କହିଛନ୍ତି, ‘ଓକିଲମାନେ ଆନ୍ଦୋଳନ ନକରି ପାରିବାକୁ ମୁଁ ଏକ ଆଇନଗତ ସମସ୍ୟା ବୋଲି ଭାବୁନାହିଁ । ଆନ୍ଦୋଳନର ଆବଶ୍ୟକତା କ’ଣ ? ମୁଁ ଜାଣିଛି ଯେ ସେପରି କିଛି ପରିସ୍ଥିତି ଆସିବ ନାହିଁ ।’

Click to comment

Leave a Reply

Your email address will not be published. Required fields are marked *

More in ଦେଶ