Connect with us

ଅପରାଧ

ମଦ ନେଲା ପୁଣି ଜଣେ ମହିଳାଙ୍କ ଜୀବନ

ସାଙ୍କେତିକ

ମଦ ନେଲା ପୁଣି ଜଣେ ମହିଳାଙ୍କ ଜୀବନ
ରାଉରକେଲା, ୩୦ ଅପ୍ରେଲ – ସୁନ୍ଦରଗଡ କିଲ୍ଲା କୁତ୍ରା ଅଂଚଳର କଟଙ୍ଗ ପଂଚାୟତରେ ଆଜି ମଦ ଲାଗି ପୁଣି ଜଣେ ମହିଳାଙ୍କ ଜୀବନ ଗଲା ବୋଲି ସେ ଅଂଚଳର ସରପଚଂ ପୁଷ୍ପା ଦେଇ ଅଭିଯୋଗ କିରିଛନ୍ତି । ମୃତକଙ୍କ ନାମ ମଗଦାଲୀ ସଏ (୫୦) ବୋଲି ଜଣାପଡିଛି ।
କଟଙ୍ଗ ଗ୍ରାମର ମଗଦାଲୀ ସଏ ଗତକାଲି ସଂଧ୍ୟାରେ ମଦ୍ୟପାନ ଲାଗି ପାଖ ଭାଟୀକୁ ଯାଇ ଆଉ ଘରକୁ ଫେରିନଥିଲେ । ସକାଳୁ ଗାଁ ପାଖ ପଡିଆରେ ତାଙ୍କ ମୃତଦେହକୁ ପଡିଥିବା ଦେଖି ଗାଁଲୋକେ ପୁଲିସକୁ ଖବର ଦେଇଥିଲେ । ମୃତ ମହିଳାଙ୍କ ଶରୀରରେ ସେମିତି କିଛି କ୍ଷତ ଚିହ୍ନ ଥିବା ଦେଖାଯାଇନି ବୋଲି ଦେଖଣାହାରୀ କହିଛନ୍ତି । ସରପଚଂ କହିଛନ୍ତି ଏହା ପୂର୍ବରୁ ଜଣେ ମହିଳା କଟଙ୍ଗ ଗୁଆପାଣିର କରୁଣା କାଣ୍ଡୁଲାନା ନିଶାଗ୍ରସ୍ତ ଅବସ୍ଥାରେ ଫାଶି ଲଗାଇ ମୃତ୍ୟୁବରଣ କରିଥିଲେ । ଏହା ପଂଚାୟତରେ ଦ୍ୱିତୀୟ ଘଟଣା । ଏଭଳି ଘଟଣା କେବଳ ନିଶା ଲାଗି ହେଉଥିବା ସେ କହିଛନ୍ତି । ସେମାନେ ମହିଳା ମାନଙ୍କୁ ନେଇ ନିଶା ନିବାରଣ ଆନ୍ଦୋଳନ କରିବା ସହ ସଚେତନତା ଲାଗି ରାଲି ମଧ୍ୟ ଗାଁ ଗହଳିରେ କରୁଛନ୍ତି ।

ଅବାଧ ମଦ କାରବାରକୁ ରୋକିବା ଲାଗି ଥାନା, ଅବକାରୀ ତଥା ପ୍ରଶାସନକୁ ବାରମ୍ବାର ଜଣାଉଛନ୍ତି । ହେଲେ କୌଣସି ସୁଫଳ ମିଳୁ ନାହିଁ । ଫଳରେ ଅକାରଣରେ ଜୀବନ ଗୁଡିକ ଚାଲି ଯାଉଥିବା ମହିଳା ସରପଚଂ ଅଭିଯୋଗ କରି କହିଛନ୍ତି ଏଥିଲାଗି ଜିଲ୍ଲା ପ୍ରଶାସନ ଦାୟୀ । ଖାଲି କୁତ୍ରା ନୁହେଁ ଜିଲ୍ଲାର ରାଉରକେଲା, ବିଶ୍ରା, ବନ୍ଧମୁଣ୍ଡା ଆଖପାଖରେ ଏଭଳି ବେଆଇନ ମଦ କାରବାର ବଢି ଚାଲିଛି । ନାମକୁ ମାତ୍ର ଅବକାରୀ ବିଭାଗ ଚଢ଼ଉ କରି ମିଡିଆକୁ ଡାକି ଫଟୋ ଉଠାଇ ଖବରକାଗଜ ଟିଭିରେ ନିଜର ବାହା ବାହା ନେଉଛନ୍ତି ସିନା ବେଆଇନ ତଥା ବିଶାକ୍ତ ମଦ କାରବାର ବଢିବାରେ ଲାଗିଛି । ତେବେ ଏହି ମୃତ୍ୟୁ ବିଶାକ୍ତ ମଦ କାରବାର ଲାଗି ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ