Connect with us

ଓଡିଶା

୩୬ ସେବକରେ ଶ୍ରୀମନ୍ଦିର ଚାଲିବା ସମ୍ପର୍କରେ ସତ୍ୟପାଠ ଦିଆଯାଇନାହିଁ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ସାଙ୍କେତିକ

୩୬ ସେବକରେ ଶ୍ରୀମନ୍ଦିର ଚାଲିବା ସମ୍ପର୍କରେ ସତ୍ୟପାଠ ଦିଆଯାଇନାହିଁ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ, ୩୦ ଅପ୍ରେଲ – ମାନ୍ୟବର ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସତ୍ୟପାଠ ଉପରେ ସନ୍ଦେହ ପ୍ରକାଶ କରି ଛତିଶାନିଯୋଗ ମଙ୍ଗଳବାର ଚନ୍ଦନଯାତ୍ରା ପ୍ରସ୍ତୁତି ବୈଠକରେ ଯୋଗଦେଇନାହାଁନ୍ତି । ତେବେ ଚନ୍ଦନଯାତ୍ରା ନୀତି ନିର୍ଘଂଟ ବୈଠକରେ ଚୂଡ଼ାନ୍ତ ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସୁପ୍ରିମ କୋର୍ଟରେ ଦିଆଯାଇଥିବା ସତ୍ୟପାଠକୁ ଭୁଲ୍ ଭାବେ ବୁଝି କେତେକ ସେବାୟତ ବୈଠକ ବର୍ଜନ କରିଛନ୍ତି । ଛତିଶ ଜଣ ସେବାୟତଙ୍କୁ ନେଇ କେବେ ଶ୍ରୀମନ୍ଦିର ଚାଲିପାରିବ ନାହିଁ । ଭୁଲ ତଥ୍ୟକୁ ନେଇ କେତେକ ସେବାୟତ ଏଭଳି ଗୁଜବ ସୃଷ୍ଟି କରିଛନ୍ତି ।

ମନ୍ଦିରରେ ୯୦ ଜଣରୁ ଉଦ୍ଧ୍ୱର୍ ସେବାୟତ କାମ କରୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ୩୬ ଜଣ କାମ କଲେ ଚଳିବ ବୋଲି ଶପଥ ପାଠ ଦେଇନାହିଁ । ସତ୍ୟପାଠରେ ପ୍ରାଞ୍ଜଳଭାବେ ଏ ସଂପର୍କରେ ଉଲ୍ଲେଖ ରହିଥିବାବେଳେ ଠିକ୍ ଭାବେ ନବୁଝିବା ଯୋଗୁଁ ଏଭଳି ମତ ମନ୍ତବ୍ୟ ଆସୁଛି । ୧୯୭୯ ମସିହାରେ ରାଜ୍ୟପାଳ ଭଗବତ ଦୟାଲ ଶର୍ମା ଶ୍ରୀମନ୍ଦିରରେ କମ୍ ସଂଖ୍ୟକ ସେବାୟତରେ ଚାଲିପାରିବ ବୋଲି ଏକ ପ୍ରସ୍ତାବ ଦେଇଥିଲେ । ସେହି ପ୍ରସ୍ତାବକୁ ଶପଥ ପାଠରେ ଦର୍ଶାଯାଇଛି । ତା’ ମାନେ ନୁହେଁ ୩୬ଜଣ ସେବାୟତରେ ଶ୍ରୀମନ୍ଦିର ଚାଲିବ ବୋଲି କୁହାଯାଇନାହିଁ । ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ଓ ରାଜ୍ୟ ପ୍ରଶାସନ ଅବଗତ ଥାଇ ଏହି ଶପଥ ପାଠ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ମଧ୍ୟରେ ସେବାୟତଙ୍କ ବଂଶାନୁକ୍ରମିକ ସେବା ଓ ନିଯୁକ୍ତି ସଂପର୍କରେ ପ୍ରଥମ ପ୍ରସ୍ତାବ ରହିଛି ।

ଏ ସଂପର୍କରେ ପରିଚାଳନା କମିଟି, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ତର୍ଜମା କରିଛନ୍ତି । ମାନ୍ୟବର କୋର୍ଟ ମିତ୍ର ୩ ଥର ଏ ସଂପର୍କରେ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେଇଛନ୍ତି । ବଂଶାନୁକ୍ରମିକ ସେବା ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିଛି । ଭୁଲ ତଥ୍ୟକୁ ନେଇ ସେବାୟତଙ୍କୁ ବିଭ୍ରାନ୍ତି କରିବା ଠିକ୍ ନୁହେଁ । ସେବାୟତଙ୍କ ବୟସ ଓ ସେବା ସଂପର୍କରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲା ଦୌରାଜଜ୍ ନିଷ୍ପତି ସଂପର୍କରେ କୋର୍ଟକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି ।

ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ମଧ୍ୟରେ ବଂଶାନୁକ୍ରମିକ ସେବକ ନିଯୁକ୍ତି ଉଚ୍ଛେଦ, ଅନ୍ନଦାନ ଆଟିକା ଦାନ ସଂଗ୍ରହ ବନ୍ଦ, ଥାଳିଦାନ ବ୍ୟବସ୍ଥା ନିଷିଦ୍ଧ, ରୋଷଘର ଚୁଲି ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ନେବା, ମହିଳା ଓ ପୁରୁଷ ଦର୍ଶନାର୍ଥୀ ଓ ସେବକମାନଙ୍କ ପାଇଁ ପୃଥକ ଶୌଚାଳୟ ବ୍ୟବସ୍ଥା, ଧାଡି ଦର୍ଶନ ବ୍ୟବସ୍ଥା, ଏଜିଙ୍କ ଦ୍ୱାରା ଶ୍ରୀମନ୍ଦିର ପାଣ୍ଠି ଯାଂଚ୍, ସେବକ ଓ କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ, ଗାଇଡମାନଙ୍କୁ ପଞ୍ଜିକୃତ କରିବା, ପ୍ରଶାସନର କର୍ମଚାରୀ ସଂଖ୍ୟା କମାଇବା, ସୁରକ୍ଷା ପାଇଁ ଏକକ କର୍ତୃପକ୍ଷ ବ୍ୟବସ୍ଥା ଓ ଶ୍ରୀମନ୍ଦିର ଆଇନ ସଂଶୋଧନ ସଂପର୍କରେ ପ୍ରସ୍ତାବ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା