Connect with us

ଅପରାଧ

ଭୁଜାଲି ,ବନ୍ଧୁକ ଓ ଦୁଇଟା ଥାପଡ଼ ଦୁଇ ଗାଲକୁ – ୩୦ ଲକ୍ଷ ଟଙ୍କା ଲୁଟ l

ଭୁଜାଲି ,ବନ୍ଧୁକ ଓ ଦୁଇଟା ଥାପଡ଼ ଦୁଇ ଗାଲକୁ - ୩୦ ଲକ୍ଷ ଟଙ୍କା ଲୁଟ l

ଭଦ୍ରକ : ଭଦ୍ରକ ଟାଉନ ପାଖ କୁଆପଦା ଛକରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ କିଛି ଦୁର୍ବୃତ୍ତ ୩୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଭଦ୍ରକ ବାଇପାସ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ନେଇ ବ୍ୟାଙ୍କ କର୍ମଚାରୀ ଜଣଙ୍କ ଜଳଙ୍ଗ ୟୁକୋ ବ୍ୟାଙ୍କ ଶାଖାକୁ ଯାଉଥିବା ବେଳେ ଏହି ଲୁଟ ହୋଇଛି ।

କୁଆପଦା ଛକ ନିକଟରେ ଏକ କଳା ପଲ୍‌ସରରେ ୩ ଜଣ ଦୁର୍ବୃତ୍ତ ଆସି ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଡରାଇ ଥିଲେ । ଗାଡିର ଡ଼ିକି ଖୋଲିବାକୁ କହିଥିଲେ ,ଡିକି ଖୋଲିଲା ପରେ ଟଙ୍କା ଉଠାଇ ନେଇ ପଳାଇଯାଇଥିଲେ ଗଲାବେଳେ ଦୁଇଟା ଥାପଡ଼ ଦୁଇଗାଲକୁ ମାରିଥିଲେ l ଦୁର୍ବୃତ୍ତମାନେ ଚଢ଼େଇଆ ରାସ୍ତା ଦେଇ ବାଲେଶ୍ୱର ଆଡ଼େ ପଳାଇ ଯାଇଥିବା ଅନୁମାନ କରୁଚି ପୋଲିସ । ଗ୍ରାମାଞ୍ଚଳ ଓ ଟାଉନ୍‌ ପୁଲିସ ସହିତ ଭଦ୍ରଖ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଜନସାଧାରଣରେ ପ୍ରଶ୍ନ ଉଠୁଛି ଯେ ଏତେ ଗୁଡିଏ ଟଙ୍କା ବିନା ସୁରକ୍ଷା ବନ୍ଦବୋସ୍ତରେ ଯାଉଥିଲା କେମିତି ?

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ