Connect with us

ଆଞ୍ଚଳିକ

ପୂଜା ପୂର୍ବରୁ ଅସଜଡ଼ା ସହରକୁ ସଜାଡ଼ିବେ ସରକାର l

ପୂଜା ପୂର୍ବରୁ ଅସଜଡ଼ା ସହରକୁ ସଜାଡ଼ିବେ ସରକାର l

ପୂଜା ପୂର୍ବରୁ ଅସଜଡ଼ା ସହରକୁ ସଜାଡ଼ିବେ ସରକାର l

ଭୁବନେଶ୍ୱର: ଦଶହରା ପୂଜାକୁ ନେଇ ସରକାର ଅସଜଡ଼ା ସହରକୁ ସଜାଡ଼ିବାକୁ ମନସ୍ଥ କରିଛନ୍ତି l କିନ୍ତୁ ଆରମ୍ଭ ହୋଇଯାଇଛି ଆଲୋଚନା ସମାଲୋଚନା । ସ୍ୱେରେଜ ଓ ସ୍ମାର୍ଟସିଟି ଲିମିଟେଡ୍‌ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ଉପଯୁକ୍ତ ସମନ୍ଵୟର ଅଭାବ ପରିଲକ୍ଷିତ ହେଲାଣି ସେଥିପାଇଁ ଉତ୍କଣ୍ଠା ଓ ଉତ୍ସାହ ସହିତ ଆଶଙ୍କା ମଧ୍ୟ ଉଦ୍ରେକ ହେଲାଣି । ସହରର ବିପର୍ଯ୍ୟସ୍ତ ଅବସ୍ଥା ଦେଖି ଖାଲି ଲୋକେ ନୁହନ୍ତି, ପୂଜା କମିଟି ମଧ୍ୟ ଏହାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ପୂଜା ପେଣ୍ଡାଲ୍‌ର ସଦସ୍ୟମାନେ ନିଜ ସମସ୍ୟା ବଖାଣିଥିବା ବେଳେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ପୂଜା ପୂର୍ବରୁ ଯେମିତି ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ ସେଥିପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

ସ୍ୱତନ୍ତ୍ର ସମ୍ମିଳନୀ କକ୍ଷରେ ରାଜଧାନୀର ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହି ନିଜ ନିଜ ଅଂଚଳର ସମସ୍ୟା ବଖାଣିଥିଲେ । ରାସ୍ତାର ଦୁଇ କଡ଼ରେ ଗାତ ଖୋଳା ଯାଇଥିବା ବେଳେ ତାହା ଆଗକୁ ସମସ୍ୟା ସୃଷ୍ଟି କରିବ । ତେଣୁ ଏ ଦିଗରେ ପଦକ୍ଷେପ ନେବାକୁ ପୂଜା କମିଟିର ସଦସ୍ୟମାନେ ଦାବି କରିଥିଲେ । ଏନେଇ ଜିଲ୍ଲାପାଳ ଅଧିକାରୀମାନଙ୍କୁ କାମ ସାରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ କିଛି ଅଧିକାରୀ ଏନେଇ ନିଜର ଅସହାୟତା ପ୍ରକାଶ କରିଥିଲେ । ସ୍ୱେରେଜ ଓ ସ୍ମାର୍ଟସିଟି ଲିମିଟେଡ୍‌ର କାର୍ଯ୍ୟ ଉପରେ ତାଙ୍କର କିଛି କର୍ତ୍ତୃତ୍ୱ ନାହିଁ କହି ଦାୟିତ୍ୱ ନେବାକୁ ଅମଙ୍ଗ ହୋଇଥିଲେ l ତେବେ ଯେଉଁଠି ରାସ୍ତା ସମସ୍ୟା, ପାନୀୟ ଜନିତ ସମସ୍ୟା, ନାଳ ସମସ୍ୟା, ସ୍ୱେରେଜ ସମସ୍ୟା ଏବଂ ବିଦ୍ୟୁତ ଜନିତ ସମସ୍ୟା ରହିଛି ସେ ସମସ୍ୟାଗୁଡ଼ିକ ତୁରନ୍ତ ସମାଧାନ କରିବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । କାମ କେତେବାଟ ଆଗେଇବା ଉପରେ ପୁଣି ଆଲୋଚନା କରିବା ପାଇଁ ଆସନ୍ତା ଶନିବାର ଦିନ କାମର ସମୀକ୍ଷା କରାଯିବ । ଏଥିସହ ସ୍ୱେରେଜ ଓ ସ୍ମାର୍ଟସିଟି ଲିମିଟେଡ୍‌ର ଅଧିକାରୀଙ୍କୁ ଡକାଯାଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ