Connect with us

ଅପରାଧ

ଗିଟାର ଭିତରେ ୨କେଜି ସୁନା :-ଧରିଲା ଗୁଇନ୍ଦା ବିଭାଗ l

ଗିଟାର ଭିତରେ ୨କେଜି ସୁନା :-ଧରିଲା ଗୁଇନ୍ଦା ବିଭାଗ l

ଭୁବାନଶ୍ୱର: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଚୋରା ସୁନା ସହିତ ଜଣେ ଟ୍ରେନ୍‌ ଯାତ୍ରୀକୁ ଧରିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶାଳୟ ଏହି ଯାତ୍ରୀଙ୍କଠାରୁ ଦୁଇ କେଜି ସୁନା ଜବତ କରିଛି । ଜବତ ହୋଇଥିବା ସୁନାର ମୂଲ୍ୟ ୬୨ ଲକ୍ଷ ୩୪ହଜାର ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ସୁନା ଗୌହାଟି ଚେନ୍ନାଇ ଏକ୍ସପ୍ରେସରୁ ଜବତ ହୋଇଥିବା ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ ଯେ, ଜଣେ ଯାତ୍ରୀ ଗୌହାଟିରୁ ଚେନ୍ନାଇ ଏକ୍ସପ୍ରେସରେ ବସି ସୁନା ନେଇ ଯାଉଥିବା ସୂଚନା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଏହା ପରେ ଯାତ୍ରୀଙ୍କ ଉପରେ ଆକସ୍ମିକ ଚଢ଼ାଉ କରି ଦୁଇ କେଜି ସୁନା ଜବତ କରିଛି ଗୁଇନ୍ଦା ନିର୍ଦ୍ଦେଶାଳୟ । ତେବେ ଏହି ଯାତ୍ରୀ ଜଣକ ଗିଟାର ଭିତରେ ୨କେଜି ସୁନାକୁ ଭର୍ତ୍ତି କରି ନେଇ ଯାଉଥିବା କଥା ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ।ଏହାସହ ସମ୍ପୃକ୍ତ ଯାତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ