Connect with us

ଅପରାଧ

ଭିଜିଲାନ୍ସ ଜାଲରେ ଅଫିସର ଦମ୍ପତି , ୭ କୋଟି ଟଙ୍କାର ସମ୍ପତି ଠାବ l

ଭିଜିଲାନ୍ସ ଜାଲରେ ଅଫିସର ଦମ୍ପତି , ୭ କୋଟି ଟଙ୍କାର ସମ୍ପତି ଠାବ l
ଭୁବନେଶ୍ୱର,୩୦ା୮ : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଓପେପାରେ ଚିଫ୍ ଅ।କାଉଂଟସ ଅଫିସର ଭାବେ କାର୍ଯ୍ୟ କରୁଥିବା ଓଏଫ୍ଏସ୍ ନଳିନୀ ପୃଷ୍ଟି ଓ ତାଙ୍କ ଓଏଏସ୍ ପତି ତଥା ଛତ୍ରପୁର ତହସିଲଦ୍ୱାର ବିଜୟ କେତନ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜଲାନ୍ସର ଚଢଉ ସମୟରେ ତାଙ୍କ ଘରୁ ପ୍ରାୟ ୬.୮୭ କୋଟି ଟଙ୍କାର ସମ୍ପତି ମିଳିଛି । କେବଳ ଘରର ଇଂଟେରିୟର ଡେକୋରେସନରେ ୧.୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ସମ୍ପତି ମଧ୍ୟରେ ରହିଛି ଭୁବନେଶ୍ୱର ମଧୁସୂଦନ ନଗରରେ ୪ ବିଏଚକେ ଏବଂ ୨ ବିଏଚକେ ଫ୍ଲାଟ, ପୁରୀରେ ଫ୍ଲାଟ, ଚନ୍ଦ୍ରଶେଖରପୁର ଅଂଚଳରେ ଏକ କୋଠା ।ଏଥିସହ ଲକ୍ଷାଧିକ ଟଙ୍କାର କ୍ୟାସ ମଧ୍ୟ ଜବତ ହୋଇଛି ।

ସେହିପରି ଛତ୍ରପୁର, ଗଂଜାମ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ତାଙ୍କ ସମ୍ପର୍କିୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି । ଏଥିସହ ଭୁବନେଶ୍ୱର ସ୍ଥିତ ଅଫିସରେ ମଧ୍ୟ ଭିଜଲାନ୍ସ ଚଢଉ କରିଛି । ଭିଜିଲାନ୍ସର ୭ଟି ଟିମ୍ ଭୁବନେଶ୍ୱର ମଧୁସୂଦନ ନଗର ଉକ୍ରଳ ଭିଲ୍ଲାରେ ଥିବା ୪ ବିଏଚକେ ଫ୍ଲାଟ୍, ସେହି ଠାରେ ଥିବା ୨ ବିଏଚକେ ଫ୍ଲାଟ୍, ପୁରୀ କୁମ୍ଭାରପଡ଼ାରେ ଥିବା ଫ୍ଲାଟ୍, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଫ୍ଲାଟ୍, କେନ୍ଦ୍ରାପଡାରେ ଥିବା ସଂପର୍କୀୟଙ୍କ ଘର, ଭୁବନେଶ୍ୱର ଅଫିସ, ତାଙ୍କ ସ୍ୱାମୀ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁ ଘର ଉପରେ ଭିଜିଲାନ୍ସ ଚଢଉ କରିଥିଲା l ଚଢଉ ସମୟରେ ୧ କୋଟି ୮୦ ଲକ୍ଷ ଟଙ୍କାର ଦୁଇଟି ଫ୍ଲାଟ, ସେଥିରେ ୧ କୋଟି ୩୪ ଲକ୍ଷ ଟଙ୍କା ମୂଲ୍ୟର ସାଜସରଞ୍ଜାମ ଅ।କଳନ କରାଯାଇଥିଲା ।

ସେହିଭଳି ଅନ୍ୟ ଦୁଇଟି ଫ୍ଲାଟର ମୂଲ୍ୟ ୭୦ ଲକ୍ଷରୁ ଅଧିକ ଟଙ୍କା ଅ।କଳନ କରାଯାଇଥିବା ବେଳେ ୫୮ଲକ୍ଷ ୫୭ ହଜାର ଟଙ୍କା ମୂଲ୍ୟର ଭୁବନେଶ୍ୱର ଓ ଜଟଣୀ ଅଂଚଳରେ ୬ଟି ପ୍ଲଟ୍, କିଶାନ ବିକାଶ ୬୦ ହଜାର ଟଙ୍କା ଜମା, ୭ ଲକ୍ଷ ୩୨ ହଜାର ଟଙ୍କାର ବୀମା ଜମା, ୧ କୋଟିରୁ ଅଧିକ ଟଙ୍କାର ସ୍ଥାୟୀ ଜମା, ୨୨ ଲକ୍ଷ ୮୪ ହଜାର ଟଙ୍କାର ବ୍ୟାଙ୍କ ଜମା, ୪୦ ଲକ୍ଷ ଟଙ୍କାର ସୁନାଓ ହିରା ଅଳଙ୍କାର, ୫ ଲକ୍ଷ ୭୫ ହଜାର ନଗଦ ଟଙ୍କା ଗୋଟିଏ ୱାଗନର କାର, ଗୋଟିଏ ବାଇକ୍ ଓ ଗୋଟିଏ ଅ।କ୍ଟିଭା ଠାବ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ