Connect with us

ଅପରାଧ

ପୋଲିସ -ଓକିଲ ମୁହାଁମୁହିଁ ଘଟଣା : ୩ ପୋଲିସ କର୍ମଚାରୀ ନିଲମ୍ବିତ l

ପୋଲିସ -ଓକିଲ ମୁହାଁମୁହିଁ ଘଟଣା : ୩ ପୋଲିସ କର୍ମଚାରୀ ନିଲମ୍ବିତ l

ପୋଲିସ -ଓକିଲ ମୁହାଁମୁହିଁ ଘଟଣା : ୩ ପୋଲିସ କର୍ମଚାରୀ ନିଲମ୍ବିତ
ଭୁବନେଶ୍ୱର,୩୦ା୮: କଟକରେ ପୋଲିସ୍ -ଓକିଲ ମୁହାଁମୁହିଁ ଘଟଣାରେ ଜଣେ ହାବିଲଦାରଙ୍କ ସମେତ ୩ ଜଣ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣେ ହୋମଗାର୍ଡଙ୍କୁ ନୋଟିସ୍ ଜାରୀ କରାଯାଇଛି । ଅତିରିକ୍ତ ଡିସିପିଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଲମ୍ବିତ ହୋଇଥିବା କର୍ମଚାରୀ ହେଲେ ହାବିଲଦାର ପି କେ ବେହେରା ଓ କନଷ୍ଟେବଲ ବିକେ ସାମଲ ଓ ୟୁକେ ଭୂୟାଁ । ଏହାସହ ଜଣେ ହୋମଗାର୍ଡ କିଶୋର ଜେନାଙ୍କୁ ମଧ୍ୟ ନୋଟିସ୍ ଜାରି ହୋଇଛି । ମାସେ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦିଅ।ଯାଇଛି । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତିନି ଜଣଙ୍କୁ ସସପେଣ୍ଡ କରାଯାଇଥିବା କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ।

ଅନ୍ୟପକ୍ଷରେ ବାର ଆସୋସିଏସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରହିଛି । ହାଇକୋର୍ଟ ବାର ଆସୋସିଏସନ୍ ର ନିଷ୍ପତି ଅନୁଯାୟୀ ମାଡ ମାରିଥିବା ପୋଲିସ୍ ଗିରଫ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରହିବ । ସୋମବାର ଦିନ ପୁଣି ଥରେ ବୈଠକ ଅନୁଷ୍ଠିତ ହୋଇ ପରବର୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତି ନିଆଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ