Connect with us

ଅପରାଧ

ବ୍ରାଉନ ସୁଗାର ବ୍ୟବସାୟୀର ଆତଙ୍କ

ସାଙ୍କେତିକ

ବ୍ରାଉନ ସୁଗାର ବ୍ୟବସାୟୀର ଆତଙ୍କ

ଭୁବନେଶ୍ୱର: ସହୀଦନଗର ସ୍ଥିତ ପଥରବନ୍ଧ ବସ୍ତିରେ ପ୍ରକାଶ ବିଷୋୟୀ ନାମକ ବ୍ରାଉନ ସୁଗାର ବ୍ୟବସାୟୀ ୫ ଜଣ ସହଯୋଗୀଙ୍କ ସହିତ ବାଇକ ରେ ଆସି ମନୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେ ସିରିଜ ବୋମା ମାଡ଼ କରିଛି । ଘର ଉପରକୁ ଲଗାତାର ୪ଟି ବୋମା ମାଡ କରି ସେହି ଅଂଚଳରେ ଆତଙ୍କ ସୃଷ୍ଟିକରୀ ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଛି । ଏହି ବୋମା ମାଡ଼ରେ କାହାର କିଛି କ୍ଷତି ହୋଇ ନଥିଲେ ହେଁ ଉକ୍ତ ଅଂଚଳରେ ପରିସ୍ଥିତି ଉତ୍ତେଜନା ପୁର୍ଣ ରହିଛି ।

ସୂଚନାଯୋଗ୍ୟଯେ , ମନୁ ଓ ବସ୍ତିର କିଛି ବାସିନ୍ଦା ବ୍ରାଉନସୁଗାର କାରବାର କରୁଥିବା ପ୍ରକାଶ ବିଷୋୟୀ ବିଷୟରେ ପୋଲିସକୁ ସୂଚନାଦେଇ ଧରାଇ ଦେଇଥିଲେ । ଏହି ଘଟଣାରେ ପ୍ରକାଶକୁ ଜେଲ ହୋଇ ଯାଇଥିଲା । କିଛିଦିନ ପୂର୍ବେ ପ୍ରକାଶ ଜେଲରୁ ବାହାରିଥିଲା । ପ୍ରକାଶ ବିଷୋୟୀ ନିଜର କିଛି ସହଯୋଗୀଙ୍କ ସହିତ ପଥରବନ୍ଧ ବସ୍ତିରେ ରହୁଥିବା ମନୁଙ୍କ ଘରକୁ ଆସି ତାଙ୍କୁ ଡାକିଥିଲା । ମନୁ ଘରୁ ବାହାରକୁ ଆସି ପ୍ରକାଶ ସହିତ କଥାବାର୍ତା ଆରମ୍ଭ କରିବା ପୂର୍ବରୁ ପ୍ରକାଶ କୋଣସି ପୂର୍ବ କଥାକୁନେଇ କ୍ଷମା ମାଗିଥିଲେହେଁ ପରେ ତାଙ୍କ ସହ ଝଗଡ଼ା ଆରମ୍ଭ କରିଥିଲା । ମନୁ ଉତ୍ତେଜନା ପୁର୍ଣ ପରିସ୍ଥିତିରୁ ବାହାରିଯିବାପାଇଁ ଘର ଭିତରକୁ ପଳାଇବା ପରେ ପ୍ରକାଶ ତାଙ୍କ ଘର ଉପରକୁ ଲଗାତାର ବୋମା ମାଡ କରି ସହଯୋଗୀଙ୍କ ସହ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ପ୍ରକାଶ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ କରିଥିବା କଥା କୁହାଯାଉଛି । ଖବର ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ