Connect with us

ଓଡିଶା

‘ପେଥାଇ’ ଦେଲା ଥୁରୁ ଥୁରୁ ଶୀତ

ସାଙ୍କେତିକ

‘ପେଥାଇ’ ଦେଲା ଥୁରୁ ଥୁରୁ ଶୀତ

ଭୁବନେଶ୍ବର : ରାଜ୍ୟର ଅଧିକାଂଶ ଅଂଚଳରେ ‘ପେଥାଇ’ ପ୍ରଭାବରୁ ପ୍ରବଳ ଶୀତ ଅନୁଭୂତ ହଉଛି । ଥଣ୍ଡା ପବନ ସାଙ୍ଗକୁ ଟିକେ କୋହଲା ପାଗ ଶୀତକୁ ବଢ଼ାଇଦେଇଛି । ଗତକାଲି ଅପରାହ୍ଣଠାରୁ ଭୁବନେଶ୍ବରର ପାରଦ ଖସିବାରେ ଲାଗିଛି । ରାତି ସମୟରେ ସହରର ସର୍ବନିମ୍ନ ତାପମାତ୍ରା ୧୫ରୁ ୧୬ ଡିଗ୍ରି ରହୁଥିବା ବେଳେ ଆଜିର ତାପମାତ୍ରା ୧୨ ଡିଗ୍ରିକୁ ହ୍ରାସ ପାଇଛି । ମଧ୍ୟରାତ୍ରିରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ଏପାଖସେପାଖ ହେବ । ଆକାଶ ମେଘାଚ୍ଛନ୍ନ ରହିବା ସହ ସମୁଦ୍ର ଆଡ଼ୁ ପବନ ଆସୁଥିବାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା