Connect with us

ଓଡିଶା

ଚାଷୀ ପ୍ରସଙ୍ଗରେ ଦିଲ୍ଲୀ ସଂସଦ ମାର୍ଗରେ ବିଜେଡିର ବିକ୍ଷୋଭ ଜାନୁଆରୀ ୮ରେ

ସାଙ୍କେତିକ ଚିତ୍ର

ଚାଷୀ ପ୍ରସଙ୍ଗରେ ଦିଲ୍ଲୀ ସଂସଦ ମାର୍ଗରେ ବିଜେଡିର ବିକ୍ଷୋଭ ଜାନୁଆରୀ ୮ରେ
୬ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍ ରେ ଦିଲ୍ଲୀ ଯିବେ ବିଜେଡି କର୍ମୀ , ନେତା
ଭୁବନେଶ୍ୱର,୧୭ା୧୨: ଧାନର ସର୍ବନିମ୍ନ ସହାୟକ ଦର ବୃଦ୍ଧି ସହ ସ୍ୱାମୀନାଥନ୍ କମିଶନର ସୁପାରିଶକୁ କାର୍ଯ୍ୟକାରୀ କରିବା ଦାବିରେ ଆସନ୍ତା ଜାନୁଆରୀ ୮ ତାରିଖରେ ଦିଲ୍ଲୀସ୍ଥିତ ସଂସଦ ମାର୍ଗରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏଥିରେ ଯୋଗ ଦେବା ପାଇଁ ଆସନ୍ତା ୬ ତାରିଖରେ ବିଜେଡିର କର୍ମୀ ଓ ନେତା ମାନେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଦିଲ୍ଲୀ ଯାତ୍ରା କରିବେ ।

ସୋମବାର ରାଜ୍ୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇ ବିଜୁ କୃଷକ ଜନତା ଦଳର ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, କ୍ଷମତାକୁଆସିଲେ ପ୍ରଧାନମନ୍ତ୍ରୀ ନିର୍ବାଚନୀ ଇସ୍ତାହାର ଏବଂ ପାର୍ଲାମେଂଟ ସମେତ ଓଡିଶା ଗସ୍ତରେ ଆସିଥିବା ବେଳେ ଚାଷୀମାନଙ୍କୁ ସ୍ୱାମୀନାଥନ୍ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଲା ନାହିଁ । ଯାହାଦ୍ୱାରା ଓଡିଶା ସମେତ ଦେଶର ଚାଷୀମାନେ ବିଶ୍ୱାସଘାତକତା , ପ୍ରତାରଣା ଓ ପ୍ରବଂଚନାର ଶୀକାର ହୋଇଛନ୍ତି । କେବଳ ସେତିକି ନୁହେଁ ଓଡିଶା ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ଦର ବୃଦ୍ଧି ନେଇ ନିଆଯାଇଥିବା ପ୍ରସ୍ତାବ ଆଲୋଚନା ପାଇଁ ସମୟ ଦେବାପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ସମୟ ଦେଇନଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟାଖ୍ୟାନ ଏହା ଓଡିଶାବାସୀ ଓ ଚାଷୀଙ୍କ ପ୍ରତି ଅପମାନ । ଧାନର ଏମଏସପି ବୃଦ୍ଧି ବାବଦରେ କ୍ରମାଗତ ଭାବେ ଆମେ ବିଧାନସଭାରେ , ପାର୍ଲାମେଂଟରେ ଦାବି କରିଆସୁଛୁ । ଆଗାମୀ ଦିନରେ ମଧ୍ୟ ଏହି ଦାବି କରିଚାଲିଥିବୁ ।

ବିଜେଡି କ୍ଷମତାକୁ ଆସିବା ଆଗରୁ ୭୭୯ କୋଟି ଟଙ୍କା କୃଷି ଋଣ ବାବଦକୁ ଦିଆଯାଉଥିଲା । ବର୍ତମାନ ୩୨,୯୫୫.୯୪ କୋଟି ଟଙ୍କାରେ ପହଂଚିଛୁ । ନିୟମିତ ଋଣ ପରିଷୋଧ କରୁଥିବା ଚାଷୀଙ୍କୁ ୫୦ହଜାର ଟଙ୍କା ଉପରେ ୨ ପ୍ରତିଶତ ସୁଧ ନିଆଯାଉଛି । କୃଷି ଓ କୃଷକର ବିକାଶ ପାଇଁ ସ୍ୱତନ୍ତ୍ର କ୍ୟାବିନେଟ୍ , କୃଷି କ୍ୟାବିନେଟ୍ , କୃଷି ବଜେଟ୍ , କୃଷି ନୀତି କରାଯାଇଛି । ୫ ବର୍ଷରେ ଓଡିଶା ୪ ଥର କୃଷି କର୍ମଣ ପୁରସ୍କାର ପାଇଛି । ବିଜେପି ସରକାର ଏହି ,ପୁରସ୍କାର ଦେଇଛନ୍ତି । କୃଷି ଉତ୍ପାଦନ ବଢିଛି । କ୍ଷମତାକୁ ଆସିବା ପୂର୍ବରୁ ୧.୫ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗୃହିତ ହେଉଥିଲା । ୨୦୧୭-୧୮ ବର୍ଷରେ ୫୦ ଲକ୍ଷ ମେଟ୍ରିକ୍ ଟନ ସଂଗ୍ରହ କରାଯାଇଛି ।

ଧାନ ଉତ୍ପାଦନ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଏହିସାମ୍ବାଦିକ ସମ୍ମିଳନୀରେ ବିଜୁ କୃଷକ ଜନତା ଦଳର ମହାସଚିବ ତଥା ମନ୍ତ୍ରୀ ପ୍ରତାପ ଜେନା , ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର , ସାଧାରଣ ସମ୍ପାଦକ ସଂଜୟ କୁମାର ଦାସବର୍ମା , ସାଂସଦ ବଳଭଦ୍ର ମାଝୀ ଓ ମୁଖପାତ୍ର ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା