Connect with us

ଅପରାଧ

ବ୍ରହ୍ମ ବିଭ୍ରାଟ କଥା ଆଉ ଉଠାଅନି – ଶ୍ରୀମନ୍ଦିର ପରିଚାଳନା କମିଟି

ସାଙ୍କେତିକ ଚିତ୍ର

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ
ସାର୍ବଜନୀନ ହେବନି ବ୍ରହ୍ମ ବିଭ୍ରାଟ ରିପୋର୍ଟ
ପୁରୀ,୨୭ା୯ : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି ।

ବୈଠକ ସରିବା ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଦେଇଥିବା ସୂଚନା ଅନୁସାରେ, ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟର ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ । ଏନେଇ ଆରଟିଆଇରେ ତଥ୍ୟ ମାଗିଲେ ମଧ୍ୟ ମିଳିବ ନାହିଁ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସାର୍ବଜନୀନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ବ୍ରହ୍ମ ବିଭ୍ରାଟରେ ସମ୍ପୃକ୍ତ ଥିବା ୧୦ ରୁ ୧୫ ଜଣ ସେବକଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ଆଇନ ୨୧(ଖ) ଅନୁସାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କାରଣ ଦର୍ଶାଅ ନୋଟିସ ଜାରି ହେବା ସହ ୩ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ । ଏହାବ୍ୟତୀତ ଅକ୍ଟୋବର ୧ରୁ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଏଣିକି ନିୟମିତ ବ୍ୟବଧାନରେ ଦାନ ସୁନା ବ୍ୟାଙ୍କକୁ ଯିବ । ଶ୍ରୀମନ୍ଦିର କର୍ମଚାରୀ ସଂଖ୍ୟା ହ୍ରାସ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ବାହାରେ ୪ଟି ହୁଣ୍ଡି ଲାଗିବ ବୋଲି ମଧ୍ୟ ସେ କହିଛନ୍ତି । ଭିତରକାଠ ଓ ବାହାରକାଠ ମଧ୍ୟରେ ୨ଟି ଦାନବାକ୍ସ ରହିବ । ଶ୍ରୀମନ୍ଦିରରେ ଷୋହଳ ପୂଜା ନୀତିର ମଧ୍ୟ ସମୀକ୍ଷା କରାଯାଇଛି । ଏଥିସହିତ ଶ୍ରୀମନ୍ଦିରରେ ଶୃଙ୍ଖଳା ଉପରେ ମଧ୍ୟ ଆଲୋଚନା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ