Connect with us

ଅପରାଧ

ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦିଅ – ସୁପ୍ରିମକୋର୍ଟ

ସାଙ୍କେତିକ ଚିତ୍ର

ଓଡ଼ିଶା ହାଇକୋର୍ଟ ଓକିଲ ସଂଘକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଆନ୍ଦୋଳନ ପ୍ରତ୍ୟାହାର
କରି କାର୍ଯ୍ୟରେ ଯୋଗଦିଅ
ନୂଆଦିଲ୍ଲୀ,୨୭ା୯ : ଓଡ଼ିଶା ହାଇକୋର୍ଟ ଓକିଲ ସଂଘକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଓକିଲ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦିଅନ୍ତୁ ।ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୮ରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ କଟକର ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାରରେ ପୋଲିସ ମାଡ ମାରିବା ଅଭିଯୋଗରେ ହାଇକୋର୍ଟ ଓକିଲ ସଂଘ ଅଗଷ୍ଟ ୨୯ରୁ ଆନ୍ଦୋଳନ ଜାରି ରଖିଛି । ଏହି ଆନ୍ଦୋଳନ ବ୍ୟାପକ ହେବା ପରେ ସେପ୍ଟେମ୍ବର ୧୮ରେ ରାଜ୍ୟସ୍ତରୀୟ ଆଇନଜୀବୀ ସମ୍ମିଳନୀ ହୋଇଥିଲା । ସମ୍ମିଳନୀରେ ରାଜ୍ୟର ୧୬୦ଟି ବାର ଆସୋସିଏସନର ପ୍ରତିନିଧି ଯୋଗ ଦେଇଥିଲେ । ନିଷ୍ପତ୍ତି ଥିଲା ଯେ, ଯେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରା ନଯାଇଛି, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।
ସୁପ୍ରିମକୋର୍ଟ ଆୟାର ମାମଲାରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଅଭିଜିତ ଆୟର ମିତ୍ରଙ୍କ ନାଁରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେବା ପାଇଁ ଓଡ଼ିଶା ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଜଣେ ଏସ୍ପିଙ୍କ ସହଯୋଗରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ