Connect with us

ଅପରାଧ

ବୋହୂର ଆକ୍ରମଣରେ ଶ୍ୱଶୁର ମୃତ : ଅଭିଯୁକ୍ତ ବୋହୂ ଗିରଫ

ସାଙ୍କେତିକ

ବୋହୂର ଆକ୍ରମଣରେ ଶ୍ୱଶୁର ମୃତ : ଅଭିଯୁକ୍ତ ବୋହୂ ଗିରଫ
ଜୟପୁର, ୨୨ ଫେବୃଆରୀ – କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ବାଟ ଜଗନ୍ନାଥପୁର ଗ୍ରାମରେ ବଡ ବୋହୂର ଆକ୍ରମଣରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି ।
ପୋଲିସ ସୂତ୍ର ରୁ ପ୍ରକାଶ ଯେ, ଜୟପୁର ସଦର ଥାନା ଅନ୍ତର୍ଗତ ବାଟ ଜଗନ୍ନାଥପୁର ଗ୍ରାମରେ ଗତ ରାତ୍ର ରେ ଭୋଜି ଥିଲା । ଗ୍ରାମର ଚକ୍ର ଜାନୀ (୬୦) ଓ ତାଙ୍କ ବଡ ବୋହୂ ହିରାମଣି ଜାନି ମଧ୍ୟରେ ବଚସା ହୋଇଥିଲା । ଏଥିରେ ବଡ ବୋହୂ ଉତ୍ୟକ୍ତ ହୋଇ ଲୁହା ରଡରେ ଶ୍ୱଶୁରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ଶ୍ୱଶୁର ଚକ୍ରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଆଜି ସକାଳୁ ଜୟପୁର ସଦର ଥାନାରେ ଅଭିଯୋଗ ହେବାରୁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।

ମୃତକଙ୍କ ଶବ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡକୁ ପୋଲିସ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏସଡିପିଓ ସାଗରିକା ନାଥ ଓ ଥାନା ଅଧିକାରି ସ୍ନେହାଶିଷ ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ସାଇଂଟିଫିକ ଟିମ୍ ଯାଇ ତଦନ୍ତ କରି ଫେରିଥିବା ବେଳେ ପାରିବାରିକ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ୩୩/୧୯ ରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ଘଟଣାରେ ବଡ଼ ବୋହୂକୁ ଗିରଫ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ