Connect with us

Uncategorized

ବିମାନ ବନ୍ଦରରୁ ୧୦ ଲକ୍ଷ ଟଙ୍କାର ସୁନା ଜବତ

ସାଙ୍କେତିକ

ବିମାନ ବନ୍ଦରରୁ ୧୦ ଲକ୍ଷ ଟଙ୍କାର ସୁନା ଜବତ
ଭୁବନେଶ୍ୱର, ୨୨ଫେବୃଆରୀ – ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି । ବ୍ୟାଙ୍କକରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ୨୮୩ ଗ୍ରାମ ସୁନା ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ଯାତ୍ରୀ ଜଣଙ୍କ ତାଙ୍କ ପୋଷାକର ବୋତାମରେ ସୁନା ଲୁଚାଇ ଆଣୁଥିବା ବେଳେ ଧରା ପଡ଼ିଛନ୍ତି । ଯାତ୍ରୀ ଜଣଙ୍କ ସୁନାକୁ ରିଙ୍ଗ ଭଳି କରି, ଏଥିରେ ରୁପା କୋଟ୍ କରିଥିଲେ । ଏହାପରେ ଉକ୍ତ ରିଙ୍ଗକୁ ବୋତାମରେ ଗୁଡାଇ ଆଣୁଥିଲେ । କୌଣସି ସୂତ୍ରରୁ ଖବର ପାଇ କଷ୍ଟମ ବିଭାଗ ଯାତ୍ରୀଙ୍କୁ ଧରି ସୁନା ଜବତ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in Uncategorized