Connect with us

ଅପରାଧ

ସୋସିଆଲ ମିଡ଼ିଆରେ ମାଟ୍ରିକ ପ୍ରଶ୍ନପତ୍ର

ସାଙ୍କେତିକ

ସୋସିଆଲ ମିଡ଼ିଆରେ ପ୍ରଶ୍ନପତ୍ର
କରଙ୍ଗାମାଲ ପରୀକ୍ଷାକେନ୍ଦ୍ରରୁ ଭାଇରାଲ ହୋଇଥିବା ସନ୍ଦେହ
ନୂଆପଡା, ୨୨ ଫେବୃଆରୀ – ନୂଆପଡା ଜିଲ୍ଲାରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ମାତୃଭାଷା ସାହିତ୍ୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଜିଲ୍ଲାର ବୋଡେନ ବ୍ଲକ କରଙ୍ଗାମାଲ ପରୀକ୍ଷା କେନ୍ଦ୍ରରୁ ଏହା ଭାଇରାଲ ହୋଇଥିବା ସନ୍ଦେହ କରାଯାଉଛି । ଜିଲ୍ଲାର ୫୦ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭର ଘଂଟାଏ ପରେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହେଉଛି ।

ପ୍ରଥମ ଦିନରେ ସାହିତ୍ୟ ପ୍ରଶ୍ନପତ୍ର ପରୀକ୍ଷାର ଘଂଟାଏ ପରେ ହ୍ୱାଟସପରେ ପ୍ରଶ୍ନପତ୍ର ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାସାରା ପ୍ରଶ୍ନପତ୍ର ଲିକ୍ ଜୋର ଧରିବା ବେଳେ ଭାଇରାଲ ହୋଇଥିବା ଗୋଟିଏ ଫଟୋସଟର କିଛି ଅଂଶ ପ୍ରଶ୍ନପତ୍ରର ଏବଂ କିଛି ଅଂଶ ଆଡମିଟ କାର୍ଡର ରହିଛି । ଭାଇରାଲ ହୋଇଥିବା ଆଡମିଟ କାର୍ଡରେ କରଙ୍ଗାମାଲ ଲେଖାଯାଇଥିବାରୁ ଏହି ପରୀକ୍ଷା କେନ୍ଦ୍ର ଉପରେ ଜିଲ୍ଲା ପ୍ରଶାସନର ସନ୍ଦେହ ହୋଇଛି । ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା ଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ବୋଡେନ ପୋଲିସ କରଙ୍ଗାମାଲ ହାଇସ୍କୁଲକୁ ଆସି ସମସ୍ତ ଶିକ୍ଷାକ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ଅଟକ ରଖି ସମସ୍ତଙ୍କ ମୋବାଇଲ ଫୋନ ଜବତ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ବର୍ତମାନ ପର୍ଯ୍ୟନ୍ତ ପ୍ରଶ୍ନ ଉତର ଖାତା ସେହି ସ୍କୁଲରେ ରଖାଯାଇଛି ।

ସୂଚନା ମୁତାବକ, ବୋଡେନ ବ୍ଲକର କେରାପଦର, ବାବେବିର ଓ ଜୟବାହାଲ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ କରଙ୍ଗାମାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ଏ ବାବଦରେ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଂଟ ପ୍ରଶନ୍ନ କୁମାର ପତିଙ୍କୁ ପଚାରିବାରୁ, ପରୀକ୍ଷା ପୂର୍ବରୁ ସମସ୍ତଙ୍କର ମୋବାଇଲ ଫୋନ ଲକର ଭିତରେ ରଖାଯାଇଥିଲା, କେମିତି ପ୍ରଶ୍ନପତ୍ର ଭାଇରାଲ ହେଲା, ତାହା ବୁଝା ପଡୁନି ।

ଏହି ତଦନ୍ତରେ ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର, ଗୋଷ୍ଠି ଶିକ୍ଷା ଅଧିକାରୀ ଇନ୍ଦ୍ରମଣୀ ପାଣିଗ୍ରାହୀ, ବୋଡେନ ଆଇଆଇସି ବିଷ୍ଣୁଦେବ ମଲ୍ଲିକ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବାର ଜଣାପଡିଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କୁ ଯୋଗାଯୋଗ କରାଯିବାରୁ ବୋଡେନ ବ୍ଲକର କରଙ୍ଗାମାଲ ଏବଂ ଲିଟିସର୍ଗି ପରୀକ୍ଷା କେନ୍ଦ୍ର ଉପରେ ତଦନ୍ତ ଚାଲୁ ରହିଥିବା ବେଳେ ତଦନ୍ତ ପରେ ପ୍ରଶ୍ନପତ୍ର କିପରି ଭାଇରାଲ ହେଲା ତାହା ଜଣାପଡିବ ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ