Connect with us

ଅପରାଧ

ବୈଜୟନ୍ତଙ୍କୁ ଡିଜିସିଏଙ୍କ କ୍ଲିନ୍ ଚିଟ୍

ସାଙ୍କେତିକ ଚିତ୍ର

ବୈଜୟନ୍ତଙ୍କୁ ଡିଜିସିଏଙ୍କ କ୍ଲିନ୍ ଚିଟ୍
ଭୁବନେଶ୍ୱର,୨୬ା୧୦ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଭୁବନେଶ୍ୱର, କୋଣାର୍କ ଏବଂ ଚିଲିକା ଉପରେ ବେଆଇନ ଭାବେ ହେଲିକେପ୍ଟର ଉଡ଼ାଣ କରି ନାହାନ୍ତି ବୋଲି ଡିଜିସିଏ ଭୁବନେଶ୍ୱର ବିମାନଘାଟିର ନିର୍ଦ୍ଦେଶକଙ୍କୁ ପଠାଇଥିବା ଚିଠିରେ ଜଣାଇଛନ୍ତି । ଏହି ଉଡ଼ାଣ ବେଳେ କୌଣସି ଆଇନକୁ ଉଲ୍ଲଂଘନ କରାଯାଇନାହିଁ କି ଚିଲିକା ଉପରେ ହେଲିକେପ୍ଟର ଓହ୍ଲାଇ ନାହିଁ । ଭୁବନେଶ୍ୱରରୁ କୋଣାର୍କ ଦେଇ ଗୋରଖପୁର ଠାରେ ଓହ୍ଲାଇଥିଲା । ଏହି ହେଲିକେପ୍ଟର କୌଣସି ବିପଦପୂର୍ଣ୍ଣ ନିମ୍ନ ସ୍ଥାନକୁ ଆସିନାହିଁ । ଉଡ଼ାଣ ସମୟରେ ଟାଇମରେ କୌଣସି ଦୋଷ ତ୍ରୁଟି ରହିନାହିଁ ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରାଯାଇଛି ।

ପୁରୀ ଏସ.ପି କହିଛନ୍ତି ଯେ, ଡିଜିସିଏଙ୍କର ରିପୋର୍ଟ ଆମ୍ଭେ ପାଇଛୁ । ତାକୁ ଅନୁଧ୍ୟାନ କରିବା ପରେ ଯାହା କିଛି ପଦକ୍ଷେପ ନିଆଯିବ । ଡିଜିସିଏ ରିପୋର୍ଟରେ ଶ୍ରୀ ପଣ୍ଡାଙ୍କୁ ଶତ ପ୍ରତିଶତ କ୍ଲିନ ଚିଟ୍ ଦେଇଥିବା ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏହି ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କର ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଉଚିତ ହେବ ନାହିଁ । ଅଯଥାରେ ହେଳା କରାନଯିବା ଉଚିତ । ବାସ୍ତବତା ଲୋକ ଲୋଚନକୁ ଆସିଛି । ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ ଅନୁମାନ କରୁଛନ୍ତି । ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପଣ୍ଡାଙ୍କ ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ କରାଯାଇଥିଲା ତାହା ଭିତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଛଡ଼ା କିଛି ହୋଇନପାରେ । ସତ୍ୟର ଜୟ ହୋଇଛି । ସରକାର ନିଜର ଆଚରଣର ପ୍ରତିକାର କରିବା ଦରକାର ।

ସୂଚନାଯୋଗ୍ୟ ଯେ, ଗୋଟିଏ ହେଲିକେପ୍ଟର ନାମରେ ଅଭିଯୋଗ ଆସିଥିଲା ବେଳେ ତାଙ୍କର ୩ଟି ହେଲିକେପ୍ଟରକୁ ସିଜ୍ କରାଯାଇଥିଲା । ବିଜେଡ଼ି କହିଛି ଯେ, ସମୟକୁ ଅପେକ୍ଷା କରାଯାଉ, ଆଇନ ତା ବାଟରେ ଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ