Connect with us

ଓଡିଶା

ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ସାଙ୍କେତିକ ଚିତ୍ର

ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ
ଭୁବନେଶ୍ୱର,୨୬ା୧୦ : ଓଡ଼ିଆ ଭାଷା ଭଣ୍ଡାରକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓଭିଏ ଡଟ୍ ଜିଓଭି ଡଟ୍ ଇନ୍ ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶୁକ୍ରବାର ଦିନ ରାଜ୍ୟ ସଚିବାଳୟ ଠାରେ ଏହାର ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଓଡିଆ ଭାଷା ବହୁତ ସମୃଦ୍ଧ । ଏହା ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ମଧ୍ୟ ପାଇଛି । ମଧ୍ୟଯୁଗ ଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଓଡିଆ ଭାଷାରେ ବହୁତ ଭଲ ଭଲ ସାହିତ୍ୟ ସୃଷ୍ଟି ହୋଇଛି । ସେଗୁଡିକର ଡିଜିଟାଇଜେସନ୍ , ସଂରକ୍ଷଣ ଏବଂ ପ୍ରଚାରର ଦାୟିତ୍ୱ ଓଡିଆ ଭର୍ଚ୍ୟୁଆଲ ଏକାଡେମୀ ନେଇଛି । ବିଶ୍ୱ ଦରବାରରେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ପ୍ରସାର ଓ ପ୍ରଚର ପାଇଁ ଏହା ସୁଯୋଗ ସୃଷ୍ଟି କରିବ । ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆ ଭାଇ ଭଉଣୀମୋନ ବିଶେଷ କରି ଆମର ଯୁବପୀଢୀ ମାନଙ୍କ ପାଇଁ ଓଡିଆ ଭର୍ଚ୍ୟଆଲ ଏକାଡେମୀ ବହୁତ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହାଦ୍ୱାରା ଓଡ଼ିଆ ସାହିତ୍ୟର ଏହି ଭର୍ଚୁଆଲ୍ ଭଣ୍ଡାର ଅ।ହୁରି ଉନ୍ନତ ହେବ ।

ଉକ୍ତ ପୋର୍ଟାଲରେ ଦୁର୍ଲଭ ଓଡ଼ିଆ ପୁସ୍ତକ, ଅଭିଧାନ, ପ୍ରାଚୀନ ପତ୍ରପତ୍ରିକା, ପୁରାତନ ସଙ୍ଗୀତ, ପ୍ରାଚୀନ ପୋଥି, ବିଶିଷ୍ଟ ବ୍ୟକ୍ତିଙ୍କ ଅଭିଭାଷଣ, ଶ୍ରୀଜଗନ୍ନାଥ ସଂସ୍କୃତି, ମନ୍ଦିର ଓ ସ୍ଥାପତ୍ୟ ଆଦି ସମ୍ପର୍କିତ ଡିଜିଟାଲ ତଥ୍ୟ ଉପଲବ୍ଧ ହେବ । ଏହା ବ୍ୟତୀତ୧୭୦ ଖଣ୍ଡ କାଳଜୟୀ ଓ ଲୋକପ୍ରିୟ ଓଡ଼ିଆ ପୁସ୍ତକକୁ ଡିଜିଟାଇଜ୍ କରାଯାଇ ଏହି ନୂତନ ପୋର୍ଟାଲରେ ସ୍ଥାନିତ କରାଯାଇଥିବା ବେଳେ ଇ-ବୁକ୍ ମାଧ୍ୟମରେ ଏହା ପାଠକଙ୍କ ନିକଟରେ ଉପଲବ୍ଧ ହେବ । ସେଥିପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ସି-ଡାକ୍, ୟୁଚିକାଗୋ ଏବଂ ସେଂଟର ଫର୍ ଇଂଟରନେଟ୍ ସୋସାଇଟି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ଓଡିଆ ସାହିତ୍ୟ ଡିଜିଟାଇଜେସନ୍ ସହିତ ଓଡିଆ ସଫ୍ଟୱେୟାର ର ବିକାଶ ଦିଗରେ ଉପର÷ାକ୍ତ ସଂସ୍ଥାମାନେ ସହଯୋଗ କରିବେ । ଡିଜିଟାଲ ଏବଂ ଇଂଟରନେଟଭିତିକ ସେବାର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷା ଓ ସଂସ୍କୃତି ସଂକ୍ରାନ୍ତ ବିଭବକୁ ଡିଜିଟାଲ ରୂପରେ ଉପଲବ୍ଧ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା କହିଛନ୍ତି ।

ସେହିପରି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ଓଡିଶା ସାହିତ୍ୟ ଏକାଡେମୀ ଗ୍ରନ୍ଥାଗାର,ରାଜ୍ୟ ଅଭିଲେଖାଗାର,ବିଭିନ୍ନ ପୁରୁଣା ବିଶ୍ୱ ବିଦ୍ୟାଳୟ , ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ ରେ ଗଚ୍ଛିତ ଦୁର୍ଲଭ ଗ୍ରନ୍ଥ ଗୁଡିକୁ ଡିଜିଟାଇଜ୍ କରାଯିବ । ଭର୍ଚୁଆଲ ଦୁନିଆରେ ଓଡିଆ ଭାଷାର ବ୍ୟାପକ ପ୍ରସାର ତଥା ସମସ୍ତ ଓଡିଆ ସାହିତ୍ୟକୁ ସଂରକ୍ଷଣଯୋଗ୍ୟ କରିବାକୁ ମାଗଣା ୟୁନିକୋଡ୍ ଫଂଟ ଓ ଟାଇପିଂ ଟୁଲ ମଧ୍ୟ ଏହି ଏକାଡେମୀ ପ୍ରଚଳନ କରିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା