Connect with us

ଓଡିଶା

ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ୧୩୧୧ କୋଟି ଟଙ୍କାର ସହାୟତା ପ୍ରଦାନ

ସାଙ୍କେତିକ ଚିତ୍ର

ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ୧୩୧୧ କୋଟି ଟଙ୍କାର ସହାୟତା ପ୍ରଦାନ
ଭୁବନେଶ୍ୱର :- ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତିତିଲିରେ କ୍ଷତିଗ୍ରସ୍ତ ଅଂଚଳରେ ପୁନରୁଦ୍ଧାର, ମରାମତି ଓ ରିଲିଫ କାର୍ଯ୍ୟ ପାଇଁ ସମୁଦାୟ ୧୩୧୧ କୋଟି ୪୦ ଲକ୍ଷ ୩୮ ହଜାର ଟଙ୍କାର ସହାୟତା ଦିଆଯାଇଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ ୯୮ ହଜାର ୧୦୩ ଘର ନଷ୍ଟ ହୋଇଥିଲା ବେଳେ ୩ ଲକ୍ଷ ୭୮ ହଜାର ୫୯୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ଏହା ବ୍ୟତୀତ ୬୦ ଲକ୍ଷ ୩୧ ହଜାର ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେହିପରି ୭ ଲକ୍ଷ ୬୦ ହଜାର ୬୪୮ ଗୃହପାଳିତ ପଶୁ ପ୍ରଭାବିତ ହୋଇଥିଲା ବେଳେ ୪୮ ହଜାର ୮୫୦ ଗୃହପାଳିତ ପଶୁଙ୍କର ଜୀବନହାନୀ ଘଟିଥିଲା ।

ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଗଜପତି, ଗଂଜାମ ଓ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ୨୮୮.୬୭ କୋଟି ଟଙ୍କା ଦିଆଯାଇଛି । ଗଂଜାମ ଜିଲ୍ଲାରେ ୧ ଲକ୍ଷ ୬୧ ହଜାର ୧୬୯ ପରିବାରକୁ ୪୩.୫ କୋଟି ଟଙ୍କା, ଗଜପତି ଜିଲ୍ଲାର ୧ ଲକ୍ଷ ୪୪ ହଜାର ୪୬୦ ପରିବାରକୁ ୧୩.୯୬ କୋଟି ନଗଦ ଟଙ୍କା ଦିଆଯାଇଛି । ବର୍ତମାନ ଗଂଜାମ ଓ ଗଜପତି ଜିଲ୍ଲାରେ ୨୬ଟି ଟ୍ୟାଙ୍କର ମାଧ୍ୟମରେ ପାନୀୟ ଯୋଗାଇ ଦିଆଯାଉଥିବା ବେଳେ ଗଂଜାମ, ଗଜପତି ଓ ରାୟଗଡ଼ାରେ ୬ ଲକ୍ଷ ୨୧ ହଜାର ୯୦୦ ପାଣି ପାଉଚ ଯୋଗାଇ ଦିଆଯାଇଛି । ଗଜପତି ଜିଲ୍ଲାରେ ଘଂଟା ପ୍ରତି ୪ ହଜାର ପାଣି ପାଉଚ ଉତ୍ପାଦନ କ୍ଷମ ଥିବା ଦୁଇଟି ମୋବାଇଲ ୱାଟର ଟ୍ରିଟମେଂଟ ପ୍ଲାଂଟ ବସାଯାଇଛି । ୨୮ ହଜାର ୫୩୧ ନଳକୂପ ଏହି ତିନୋଟି ଜିଲ୍ଲାରେ ବିଶୁଦ୍ଧ କରାଯାଇଛି । ସମ୍ପୃକ୍ତ ଜିଲ୍ଲା ମାନଙ୍କରେ କ୍ଷତିଗ୍ରସ୍ତ ହୋଇଥିବା ୬୬୨ଟି ପାଇପ ୱାଟରକୁ କାର୍ଯ୍ୟକ୍ଷମ କରାଯାଇଛି ।

ଏହି ବାତ୍ୟାରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଗଂଜାମ, ରାୟଗଡ଼ା, ଗଜପତି, କଟକ, ପୁରୀ ଓ କଳାହାଣ୍ଡି ଜିଲ୍ଲାରେ ରାଜରାସ୍ତାରେ ସୃଷ୍ଟି ହୋଇଥିବା ୬୭ଟି ଘାଇକୁ ବନ୍ଦ କରାଯାଇଛି । ସେହିପରି ଗଂଜାମ, ଗଜପତି ଜିଲ୍ଲାରେ ଥିବା ଜାତୀୟ ରାଜପଥରେ ଅନୁରୂପ ଭାବେ ୬ଟି ଘାଇ ସୃଷ୍ଟି ହୋଇଥିଲା । ତାକୁ ମଧ୍ୟ ପୁନରୁଦ୍ଧାର କରାଯାଇଛି । ପାହାଡିଆ ଅଂଚଳ ଗଜଲବାଡ଼ି ଓ ଦାରିଙ୍ଗିବାଡ଼ି ମଝିରେ ଥିବା ପାହାଡିଆ ଅଂଚଳ ମାନଙ୍କରେ ମାଟି ଧସିଥିବାକୁ ସଫା କରାଯାଇଛି ଏବଂ ଗାଡ଼ି ଚଳାଚଳ ସ୍ୱାଭାବିକ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଚାଳନାଧିନ ନଷ୍ଟ ହୋଇଥିବା ରାସ୍ତା ଗୁଡ଼ିକ ମରାମତି କାର୍ଯ୍ୟ ଶେଷ ହୋଇ ଗାଡ଼ି ଚଳାଚଳ ସକ୍ଷମ ହୋଇଛି ।

ଜଳସମ୍ପଦ ବିଭାଗ ପରିଚାଳନାଧିନ ନଦୀ, ପୁରୁଣୁବନ୍ଧରେ ସୃଷ୍ଟି ହୋଇଥିବା ୧୨୫ଟି ଘାଇକୁ ଅସ୍ଥାୟୀ ଭାବେ ମରାମତି କରାଯାଇଛି । କେନାଲରେ ହୋଇଥିବା ୧୮୨ ଟି ଘାଇ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲରେ ୩୯୨ଟି ଘାଇ ସୃଷ୍ଟି ହୋଇଥିଲା ବେଳେ ସେଗୁଡ଼ିକ ମଧ୍ୟରୁ ୯୦ ପ୍ରତିଶତ ଘାଇ ମରାମତି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା