Connect with us

ଦେଶ

ବିହାର ପ୍ରଦେଶ ଛଡା ଜେଡିୟୁ ଏନଡିଏ ର ଆଉ ଅଂଶୀଦାର ନୁହଁ

ସାଙ୍କେତିକ

ପାଟନା – ଆଜି ଜେଡିୟୁର ରାଷ୍ଟ୍ରୀୟ ଅଧିବେଶନ ପାଟନା ଠାରେ ଅନୁଷ୍ଠିତ ହୋଇଯାଇଛି І ଅଧିବେଶନରେ ଏକ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇ କୁହାଯାଇଛିଯେ, ବିହାର ପ୍ରଦେଶ ଛଡା ଅନ୍ୟ ରାଜ୍ୟଗୁଡ଼ିକରେ ଜେଡିୟୁ ଏନଡିଏ ର ଆଉ ଅଂଶୀଦାର ନୁହଁ І ଅନ୍ୟ ରାଜ୍ୟ ଗୁଡିକରେ ଜେଡିୟୁ ଏକାକୀ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତି ନିଆଯାଇଛି І ଆସନ୍ତା ଦିନରେ ଜମ୍ମୁକାଶ୍ମୀର ,ଦିଲ୍ଲୀ ଓ ଝାରଖଣ୍ଡ ରାଜ୍ୟ ଗୁଡିକରେ ହେବାକୁ ଥିବା ସାଧାରଣ ନିର୍ବାଚନରେ କାହାସାଙ୍ଗରେ ମେଣ୍ଟ ନକରି ଜେଡିୟୁ ଏକାକୀ ନିର୍ବାଚନ ଲଢ଼ିବ І ଏଠାରେ ଉଲ୍ଲେଖଯୋଗ୍ୟଯେ , ଜେଡିୟୁର ଉପସଭାପତି ପ୍ରଶାନ୍ତ କିଶୋର ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ତୃଣମୂଳ ସାଙ୍ଗରେ ଅନୁବନ୍ଧିତ ହୋଇଛନ୍ତି І ଗତ ନିର୍ବାଚନରେ ଦଳ ମଣିପୁରରରେ ଭଲ ପ୍ରଦର୍ଶନ କରି ରାଜ୍ୟ ଦଳଭାବେ ସ୍ୱୀକୃତ ପାଇଛି ଓ ମୁଖ୍ୟ ବିରୋଧୀ ଦଳର ସ୍ଥାନ ନେଇଛି І

Click to comment

Leave a Reply

Your email address will not be published. Required fields are marked *

More in ଦେଶ