Connect with us

ଦେଶ

ମୁମ୍ବାଇରେ ଲଗାଣ ବର୍ଷା ଜାରୀ , ଏୟାର ପୋର୍ଟରେ ଖେଳୁଛନ୍ତି ମାଛ

ସାଙ୍କେତିକ

ମୁମ୍ବାଇରେ ଲଗାଣ ବର୍ଷା ଜାରୀ , ଏୟାର ପୋର୍ଟରେ ଖେଳୁଛନ୍ତି ମାଛ
ମୁମ୍ବାଇ,୦୧ ଜୁଲାଇ – ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଲଗାଣ ବର୍ଷା ଜାରୀ ରହିଥିବା ଯୋଗୁଁ ଚାରି ଆଡେ ପାଣି ଭରିଯାଇଛି । ରାସ୍ତା , ରେଳଷ୍ଟେସନ୍ ଠାରୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ ସବୁଆଡେ କେବଳ ପାଣି ଓ ପାଣି ଦେଖାଯାଉଛି । ସ୍ଥିତି ଏଭଳି ଯେ ଜୁହୁ ସ୍ଥିତ ବିମାନବନ୍ଦରର ରନୱେରେ ମାଛ ମାନେ ପହଁରୁଥିବାର ଦେଖିବାକୁ ମିଳିଛି ।
ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯାଇପାରୁନାହାନ୍ତି । ଅଫିସ୍ ଯାଉଥିବା କର୍ମଚାରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ମୁମ୍ବାଇ ମେରାଇନ୍ ଡ୍ରାଇଭ୍ ରେ ବଡ ବଡ ଜୁଆର ରାସ୍ତା ପର୍ଯ୍ୟନ୍ତ ମାଡି ଆସୁଛି । ରାସ୍ତା ଉପରେ ପାଣି ଜମି ରହିଥିବାରୁ ଗାଡି ମଟର ଯିବା ଆସିବାରେ ଅସୁବିଧା ହେଉଛି । ମୁମ୍ବାଇର ଲାଇଫ୍ ଲାଇନ୍ କୁହାଯାଉଥିବା ଲୋକାଲ ଟ୍ରେନ୍ ଚଳାଚଳ ବର୍ଷା ଯୋଗୁଁ ବହୁମାତ୍ରାରେ ପ୍ରଭାବିତ ହୋଇଛି । ବହୁ ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ କିଛି ର ରୁଟ୍ ପରିବର୍ତନ କରାଯାଇଛି ।
ଏହା ବ୍ୟତୀତ ବହୁ ସ୍ଥାନରେ ଟ୍ରାଫିକ୍ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲୋକଙ୍କୁ ସୂଚନା ଦେବା ପାଇଁ ସରକାରଙ୍କ ପକ୍ଷରୁ ହେଲପ ଲାଇନ୍ ନମ୍ବର ଜାରୀ କରାଯାଇଛି । ମୁମ୍ବାଇର ହିନ୍ଦମାତା , ସାୟନ , ଅନେ୍ଧରୀ , କୁର୍ଲା, କିଙ୍ଗ ସର୍କଲ ଆଦି ଅଂଚଳରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଚେମ୍ବୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ମୁମ୍ବାଇ ସମେତ ମହାରାଷ୍ଟ୍ରର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଥିବାରୁ ସମୁଦ୍ର ନିକଟକୁ ନଯିବା ପାଇଁ ଲୋକଙ୍କୁ ସତର୍କ କରିଛି ପାଣିପାଗ ବିଭାଗ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ