Connect with us

ଅପରାଧ

ବିଜେଡ଼ି କର୍ମୀଙ୍କ ପକ୍ଷରୁ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ ଉପରେ ଆକ୍ରମଣ

ସାଙ୍କେତିକ ଚିତ୍ର

ବିଜେଡ଼ି କର୍ମୀଙ୍କ ପକ୍ଷରୁ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ ଉପରେ ଆକ୍ରମଣ
ଭୁବନେଶ୍ୱର,୨୪ା୧୦: ବିଜେଡ଼ି କର୍ମୀ ମାନଙ୍କ ପକ୍ଷରୁ ରାଜନୈତିକ ପ୍ରତିଦ୍ୱନ୍ଦୀ ମାନଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି । ଯାହାକି ଗଣତନ୍ତ୍ର ପାଇଁ ବିପଦ ଦେଖାଦେଇଛି ବୋଲି ଉକ୍ରଳ ଭାରତର ସଭାପତି ଐର ଖାରବେଳ ସ୍ୱାଇଁ ଏବଂ ବିଜେଡ଼ିରୁ ବହିଷ୍କୃତ ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୃଥକ ପୃଥକ ଭାବେ ପ୍ରକାଶ କରିଛନ୍ତି ।

ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ, ଆଳିରେ ଆୟୋଜିତ ଏକ ସଭାରେ ଯୋଗଦେବାପାଇଁ ଯାଇଥିଲା ବେଳେ ତାଙ୍କୁ ଆକ୍ରମଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ମନ୍ତବ୍ୟ ରଖିଥିବାରୁ ତାଙ୍କ ଦଳର କର୍ମୀମାନେ ଏହି ଆକ୍ରମଣ କରିଛନ୍ତି । ଏପରିକି ତାଙ୍କ ବେକ ଘୋଷାଡ଼ିବା ସହ ମଂଚ ଛାଡ଼ି ଚାଲି ନ ଗଲେ ହାଣିଦେବାକୁ ଧମକ ଦେଇଥିଲେ । ଏପରିକି ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଛନ୍ତି । ଉକ୍ତ ସଭାରେ ସଭାପତିତ୍ୱ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସେମାନେ ଛାଡ଼ି ନାହାନ୍ତି । ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପାଇଁ ସେ ବାଧ୍ୟ ହୋଇ ସଭା ଅଧାରୁ ମଂଚ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଯଦି ଗଣତନ୍ତ୍ରରେ ମତଭେଦ ରହିବ ତାର ଅର୍ଥ ନୁହେଁ ଯେ, ରାଜନୈତିକ ପ୍ରତିଦ୍ୱନ୍ଦୀକୁ ଦଳୀୟ କର୍ମୀ ମାଧ୍ୟମରେ ଧମକ ଚମକ ଦିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଥିଲେ ।

ଅନ୍ୟପକ୍ଷରେ ଶ୍ରୀ ପଣ୍ଡା ଅନୁରୂପ ଭାବେ ଅଭିଯୋଗ କରି କହିଥିଲେ ଯେ, ତାଳଚେରର କିଶୋର କ୍ଲବର ଦୁର୍ଗାପୂଜା ଉତ୍ସବରେ ଯୋଗଦେବାକୁ ଗଲାବେଳେ ୧୫ରୁ ୨୦ ଜଣ ଯୁବକ ଆସି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସମୟରେ ତାଙ୍କୁ ଅପମାନିତ କରାଯାଇଥିଲା । ୮୦୦ କୋଟି ଟଙ୍କାର ବିଦ୍ୟୁତ ବିଲ୍ ବକେୟା ରହିଛି ବୋଲି ଅଭିଯୋଗ ଆଣି ଅପମାନିତ କରାଯାଇଥିଲା । ତାଙ୍କ ଉପରେ ଏହି ବାକିୟା ନାହିଁ । ଦଳରେ ଥିଲା ବେଳେ ଏଥିରେ ଯାଂଚ କରାଯାଇଥିଲା । ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ତା ସତ୍ୱେ ମଧ୍ୟ ବର୍ଷ ବର୍ଷ ଧରି ଏହି ଅଭିଯୋଗ କରାଯାଉଛି । ଲୋକଙ୍କ ଭିତରେ ବିଭ୍ରାନ୍ତ ସୃଷ୍ଟି କରିବା ଏକ ଉଦ୍ୟମ ହୋଇଛି । ବିଜୁବାବୁଙ୍କ ନାଁରେ ବିଜୁ ଗୁଣ୍ଡା ବାହିନୀ ଗଠନ କରାଯାଇଛି । ସାଧାରଣ ଲୋକେ ଏ ସବୁକୁ ବିରୋଧ କରିବା ଉଚିତ ବୋଲି ଶ୍ରୀ ପଣ୍ଡା କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ