Connect with us

ଅପରାଧ

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ସାଙ୍କେତିକ ଚିତ୍ର

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା
ମାଲକାନଗିରି,୨୪ା୧୦ : ଜିଲ୍ଲାର ମାଥିଲି ଥାନା ଅଂଚଳରେ ଗତ ରାତିରେ ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ସାଲିମି ପଚାଂୟତ ଅନ୍ତର୍ଗତ ବାରଗୁଡା ଗ୍ରାମର ଅନନ୍ତରାମ ଭୂମିଆ (୪୦) ।

ଗତ ରାତିରେ ଅନନ୍ତ ଗାଁ ପାଖ ଅନ୍ୟ ଏକ ଗ୍ରାମକୁ ନାଟକ ଦେଖିବାକୁ ଯାଉଥିବା ବେଳେ ବାଟରେ ଲୁଚି ରହିଥିବା ୩୦ ରୁ ଉଦ୍ଧ୍ୱର୍ ମାଓବାଦୀ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଅତି ନିକଟରୁ ଗୁଳି କରିଥିଲେ । ପରେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ବିଳମ୍ବିତ ରାତିରେ ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରି ମେଡିକାଲ ନେଉଥିବା ବେଳେ ବାଟରେ ଅନନ୍ତଙ୍କ ମୃତ୍ୟୁ ଘଟିଥିଲା । ମାଥିଲି ଥାନା ପୋଲିସ ବିଏସଏଫ ଯବାନମାନଙ୍କ ସହାୟତାରେ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମାଓବାଦୀଙ୍କ ଛତିଶଗଡ଼ ଦରଭା ଡିଭିଜନ ଗୃପ୍ ଏହି କାଣ୍ଡ ଘଟାଇଥିବା ପୋଲିସ ଅନୁମାନ କରୁଛି । ବେଶ୍ କିଛି ଦିନର ନିରବତା ପରେ ପୁଣି ମାଓବାଦୀଙ୍କ ରକ୍ତପାତକୁ ନେଇ ସ୍ଥାନୀୟ ଅଂଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ