Connect with us

ଅପରାଧ

ଅଭିଜିତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କୋଣାର୍କ ପୋଲିସ୍

ସାଙ୍କେତିକ ଚିତ୍ର

ଅଭିଜିତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କୋଣାର୍କ ପୋଲିସ୍
ଅଧିକ ତଥ୍ୟ ପାଇଁ ଟ୍ୱିଟରକୁ ପୋଲିସର ଚିଠି
ଭୁବନେଶ୍ୱର,୨୪ା୧୦ : କୋଣାର୍କ ସୂର୍ଯ୍ୟ ମନ୍ଦିର, ଶ୍ରୀମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସହୀଦନଗର ପୋଲିସ୍ ଦ୍ୱାରା ଗିରଫ ହୋଇ ଜେଲ୍ ହାଜତ୍ ରେ ଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ କୋଣାର୍କ ପୋଲିସ୍ ୪ ଦିନିଆ ରିମାଣ୍ଡରେ ନେବ ।

କୋଣାର୍କ ପୋଲିସ୍ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ରେ ଅଭିଜିତ୍ ଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ତେବେ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଥିଲେ । ଅନ୍ୟପକ୍ଷରେ ବିଧାନସଭା ସଚିବାଳୟ ପକ୍ଷରୁ ନଭେମ୍ବର ୨ ତାରିଖରେ ପୁଣି ଥରେ ଗୃହ କମିଟି ନିକଟରେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ନୋଟିସ୍ ଜାରୀ ହୋଇଛି ।

ସେହିପରି ଅଭିଜିତଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାକୁ ପୋଲିସ୍ “ଟ୍ୱିଟର୍’କୁ ତଥ୍ୟ ମାଗିଛି । ଟ୍ୱିଟରରେ ଅଭିଜିତ୍ କ’ଣ ଲେଖିଥିଲେ, ସେ ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ଟ୍ୱିଟରକୁ ଚିଠି ଲେଖିଛି ସହିଦ ନଗର ଥାନା ପୋଲିସ୍ । ସେହିପରି କେଉଁ ନମ୍ବର, କେଉଁ ମେଲ୍ ଆଇଡ଼ିରେ ସେ ଅ।କାଉଂଟ ଖୋଲିଛନ୍ତି, କେଉଁ ସମୟରେ କ’ଣ ପୋଷ୍ଟ କରିଥିଲେ, ସେସବୁର ତଥ୍ୟ ଯୋଗାଇ ଦେବାକୁ ପୋଲିସ୍ ଚିଠିରେ ଜଣାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ଅଭିଜିତ୍ ବିଧାନସଭା ଗୃହ କମିଟିରେ ହାଜର ହୋଇ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।

ସେଠାରୁ ତାଙ୍କୁ ଶହୀଦନଗର ଥାନାକୁ ନିଅ।ଯାଇଥିଲା । ଏହାପରେ ପୋଲିସ୍ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା କରିଥିଲା । ସଂଧ୍ୟାରେ ତାଙ୍କୁ ଭୁବନେଶ୍ୱରର ଭାରପ୍ରାପ୍ତ ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ଅଭିଜିତଙ୍କ ଜାମିନ ଆବେଦନ ଖାରଜ୍ କରିବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ